spot_img

ଆଉ ୬ ଆକ୍ରାନ୍ତଙ୍କ ମୃତ୍ୟୁ, ରାଜ୍ୟରେ ଶହେ ଟପିଲା କରୋନା ମୃତ୍ୟୁସଂଖ୍ୟା,

ଭୁବନେଶ୍ୱର ୨୧।୭: ଆଜି ରାଜ୍ୟରେ ଆଉ ୬ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

ଟ୍ବିଟ୍ ଅନୁଯାୟୀ ୬ ମୃତକ ଯଥାକ୍ରମେ କେନ୍ଦ୍ରାପଡା, କଟକ, ଗଜପତି, ଜଗତସିଂହପୁର, ଖୋର୍ଦ୍ଧା ଏବଂ ରାୟଗଡା ଜିଲ୍ଲାର । କେନ୍ଦ୍ରାପଡା ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ଇଣ୍ଟ୍ରା-କ୍ରାନିଆଲ୍ ରକ୍ତସ୍ରାବରେ ପୀଡିତ ଥିଲେ । କଟକ ଜିଲ୍ଲାର ଜଣେ ୨୬ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ । ଗଜପତି ଜିଲ୍ଲାର ଜଣେ ୬୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ ।
ଜଗତସିଂହପୁର ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଫୁସଫୁସ କର୍କଟରେ ପୀଡିତ ଥିଲେ । ଖୋର୍ଦ୍ଧା ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କ ପୁରୁଷ ଯିଏ କ୍ରୋନିକ୍ ବ୍ରୋଙ୍କାଇକ୍ଟାସିସ୍ ରୋଗରେ ପୀଡିତ ଥିଲେ । ରାୟଗଡା ଜିଲ୍ଲାର ଜଣେ ୭୪ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୮୭୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୫୭୧୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୯୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୪୦୧୬୪୪ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular