spot_img

ଅକ୍ସଫୋର୍ଡ ୟୁନିଭରର୍ସିଟିକୁ ସଫଳତା, ସେପଟେମ୍ବରକୁ ଆସିପାରେ ଟିକା

ଲଣ୍ଡନ: ବିଶ୍ୱରେ ଦିନକୁ ଦିନ ଅଣାୟତ ହେବାରେ ଲାଗିଛି କରୋନା ସ୍ଥିତି । ଏହି ପରିସ୍ଥିତିରେ ଲଣ୍ଡନ ଅକ୍ସଫୋର୍ଡ ୟୁନିଭର୍ସିଟିରୁ ଭଲ ଖବର ମିଳିଛି । କୋଭିଡ୍-୧୯ ଟିକା ଲାଗି ଦୀର୍ଘଦିନ ଧରି ଚାଲିଥିବା ଗବେଷଣାରେ ଅଗ୍ରଗତି ଘଟିଛି । ଏହି ଟିକାର ନିକଟରେ ହୋଇଥିବା ମାନବ ପରୀକ୍ଷାରେ ସଫଳତା ମିଳିଥିବା ସୂଚନା ମିଳିଛି । ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା ଏବଂ କୋଭିଡ୍ ଭୂତାଣୁ ସହ ଲଢି ତାକୁ ମାରିବାରେ ଏହି ଟିକା ସହାୟକ ହେବ ବୋଲି କୁହାଯାଉଛି । ବର୍ତମାନ ସୁଦ୍ଧା ଏକ ହଜାର ୭୭ ଲୋକଙ୍କ ଦେହରେ ଏହାର ପରୀକ୍ଷା କରାଯାଇ ସାରିଛି । ଏଥିରେ ସଫଳତା ମିଳିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି । ଟିକାର ପରୀକ୍ଷା ଚୂଡାନ୍ତ ପର୍ଯ୍ୟାୟରେ ରହିଛି । ଆସନ୍ତା ସେପଟେମ୍ବର ମାସରେ ଏହା ବଜାରକୁ ଆସିପାରେ ବୋଲି କୁହାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମୋଦନ ପରେ ଯାଇ ଏହା ବଜାରକୁ ଆସିବା ନେଇ ସୂଚନା ମିଳିଛି । ଏବେ ବିଶ୍ୱର ବିଭିନ୍ନ ଭାଗରେ ୧୬୦ ଟି କୋଭିଡ୍ ଟିକାର ବିକାଶ ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷଣ ଚାଲିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular