ଜୟପୁର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାରା ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି । ସେଥିପାଇଁ ବିଭିନ୍ନ ଅଞ୍ଚଳରେ ସ୍ଥିତିକୁ ନେଇ ସଟଡାଉନ କରାଯାଉଛି । ଆସନ୍ତା କାଲିଠାରୁ ଜୟପୁର ପୌରପାଳିକା ୪ ଦିନ ପାଇଁ ସଟଡାଉନ ରହିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜୁଲାଇ ୨୮ ତାରିଖ ପର୍ଯ୍ୟନ୍ତ ସଟଡାଉନ କଟକଣା ଜାରି ରହିବ । ଏହି ସମୟରେ ସ୍ୱାସ୍ଥ୍ୟକର୍ମୀମାନେ ଘର ଘର ବୁଲି ଲୋକମାନଙ୍କୁ ସଚେତନ କରିବା ସହ ସ୍ୱସ୍ଥ୍ୟ ପରୀକ୍ଷା କରିବେ । ଅତ୍ୟାବଶକୀୟ ସାମଗ୍ରୀ ଦୋକାନ ଖୋଲା ରହିବ । ସେପଟେ ଏହି ୪ଦିନ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବ୍ୟାଙ୍କ ସେବା ଜାରି ରହିବା ନେଇ ସୂଚନା ମିଳିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0