spot_img

ମୁମ୍ବାଇରେ ବିହାରୀ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ

ମୁୁମ୍ବାଇ: ବିହାରର ଜଣେ ନବାଗତ ବଲିଉଡ଼ କଳାକାର ଅକ୍ଷତ ଉକ୍ରର୍ଷଙ୍କ ସନେ୍ଦହଜନକ ମୃତୁ୍ୟ ହୋଇଛି । ଅନ୍ୟପଟେ ସୁଶାନ୍ତ ସିଂହ ରାଜପୁତଙ୍କ ସନ୍ଦେହହଜନକ ମୃତ୍ୟୁକୁ ୧୦୪ ଦିନ ବିତିଗଲେଣି ମଧ୍ୟ ମୃତ୍ୟୁର ସଠିକ କାରଣ ଜଣାପଡ଼ିନାହିଁ । ତେବେ ପୁୁଣି ଆଉ ଜଣେ ବିହାରର ନବାଗତ କଳାକାରଙ୍କ ମୃତ୍ୟୁ ମୁମ୍ବାଇ ପୁଲିସକୁ ସନ୍ଦେହ ଘେରରେ ଟାଣି ଆଣୁଛି ।

ସୂଚନା ଅନୁଯାୟୀ, ଅକ୍ଷତ ରବିବାର ଦିନ ରାତିରେ ତାଙ୍କ ବାପାଙ୍କ ସହ କଥା ହୋଇଥିଲେ । ତେବେ କଥା ହେବାର କିଛି ସମୟ ପରେ ଅକ୍ଷୟଙ୍କ ବାପା ତାଙ୍କ ମୃତ ଖବର ପାଇଥିଲେ । ଅନ୍ୟପଟେ ମୃତକଙ୍କ ମାମୁଁ ରଞ୍ଜିତ ସିଂହ ମୁମ୍ବାଇ ପୁଲିସ ସହଯୋଗ କରୁନଥିବା ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular