ଭୁବନେଶ୍ୱର: ନିର୍ମାଣ ଶ୍ରମିକଙ୍କୁ କୋଭିଡ଼ ସାହୟତା ରାଶି ପ୍ରଦାନରେ ବିଳମ୍ବ ଓ ବଳକା ଦେୟ ଶ୍ରମ ବିଭାଗକୁ ଫେରସ୍ତ ଦାବିରେ ଆଜି ମହାନଗର ନିଗମ କାର୍ଯାଳୟ ଘେରାଉ କରିଛି ଖୋର୍ଦ୍ଧା ନିର୍ମାଣ ଶ୍ରମିକ ଯୁନିୟନ ସମନ୍ୱୟ କମିଟି । ମହାମାରୀ କରୋନା ସମୟରେ ନିର୍ମାଣ ଶ୍ରମିକମାନଙ୍କୁ ୧୫୦୦ ଟଙ୍କା କୋଭିଡ଼ ସହାୟତା ରାଶି ପ୍ରଦାନ କରିବାକୁ ସରକାର ଘୋଷଣା କରିଥିଲେ । କିନ୍ତୁ ଆଜିକୁ ୩ ମାସ ବିତିଯାଇଥିଲେ ମଧ୍ୟ ଏହି ସହାୟତା ରାଶି ପଞ୍ଜିକୃତ ଶ୍ରମିକମାନେ ପାଇପାରିଲେ ନାହିଁ । ଅନ୍ୟପଟେ ଏହାର ବଳକା ରାଶିକୁ ଏଯାବତ କାହିଁକି ଶ୍ରମ ବିଭାଗକୁ ଫେରାଇ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ବିଭିନ୍ନ ଶ୍ରମିକ ୟୁନିଅନ । ଏହା ରାଜ୍ୟ ସରକାର ଓ ବିଏମସିର ଅପାରଗତା ଦର୍ଶାଇ ଅଜି ଭୁବନେଶ୍ୱର ମହାନଗର ନିଗମ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ସହିତ ଆଗାମୀ ୧୫ ଦିନ ମଧ୍ୟରେ ଏହି ବଳକା ଟଙ୍କା ଶ୍ରମ ବିଭାଗକୁ ଫେରସ୍ତ ନକଲେ ରାଜରାସ୍ତାରେ ବିକ୍ଷୋଭ କରିବାକୁ ବାଧ୍ୟ ହେବୁ ବୋଲି ନିର୍ମାଣ ଶ୍ରମିକ ଯୁନିୟନ ପକ୍ଷରୁ ଚେତାବନୀ ଦିଆଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0