spot_img

ନକଲି ଜର୍ଦ୍ଦା କାରଖାନାରେ ପୋଲିସର ଚଢାଉ, ଜଣେ ଗିରଫ

ଭଦ୍ରକ : ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଧିକସ୍ଥ ପଠାମହାଲା ଠାରେ ଥିବା ନକଲି ଜର୍ଦ୍ଦା କାରଖାନାରେ ପୋଲିସ ପକ୍ଷରୁ ଚଢାଉ କରାଯାଇଛି । ଚଢାଉରେ ବିପୁଳ ପରିମାଣର ନକଲି ଜର୍ଦ୍ଦା ଠାବ ହେବା ସହ ଜଣଙ୍କୁ ଅଟକ ରଖିଛି ପୋଲିସ ।

ସୂଚନା ଅନୁସାରେ , ଭଦ୍ରକ ପୁରୁଣାବଜାର ଥାନା ପଠାନମହଲା ଠାରେ ଏକ ଘରେ ବିପୁଳ ପରମାଣର ନକଲି ଜର୍ଦ୍ଦା କାରଖାନା ଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ପୋଲିସ ଖବର ପାଇ ଏକ ଟିମ  ନେଇ ଉକ୍ତ ଘରେ ଅତର୍କିତ ଭାବେ ଚଢ଼ାଉ କରିଥିଲା । ଚଢାଉରେ ବିପୁଳ ପରିମାଣର ନାମିଦାମୀ କମ୍ପାନୀର ନକଲି ଜର୍ଦ୍ଦା ଜବତ କରିଛି ।

ସେହିପରି ଘର ଭିତରୁ ନାମୀ କମ୍ପାନୀର ନକଲି ଲୋଗୋ , ଜର୍ଦ୍ଦା ପତି , ଲେବେଲ , ସେଣ୍ଟ ଓ ଅନ୍ୟାନ୍ୟ କେମିକାଲ ସାମଗ୍ରୀ ସହ କିଛି ଯନ୍ତ୍ରାଂଶ  ଜବତ  କରିଛି । ତେବେ ଜବତ ହୋଇଥିବା ଜର୍ଦ୍ଦାର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଘଟଣାରେ ପୁରଣାବଜାର ପୋଲିସ ଜଣଙ୍କୁ ଅଟକ ରଖିବା ସହ ଏହି ନକଲି କାରବାରର ଲିଙ୍କ୍ ବିଷୟରେ ଅଧିକ ଖୋଳତାଡ଼ ଜାରି ରଖିଛି ।

 

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular