ମମତା ସରକାଙ୍କୁ ଆଉ ଏକ ଝଟକା। ହବିବ ପୁର ବିଧାନସଭା ପ୍ରାର୍ଥୀ ସରଳା ମୁର୍ମୁ ଟିଏମସି ଛାଡ଼ି ଦେଇଛନ୍ତି।ମମତା ତାଙ୍କୁ ହବିବପୁର ନିର୍ବାଚନ କ୍ଷେତ୍ରରୁ ଟିକେଟ ବି ଦେଇଥିଲେ। ତା ସତ୍ତ୍ୱେ ସେ ଟିଏମସି ଛାଡି ଦେଇଛନ୍ତି। ସରଳା ମୁର୍ମୁ ହବିବପୁର ନିର୍ବାଚନ କ୍ଷେତ୍ରରୁ ଟିକେଟ୍ ପାଇବା ସତ୍ତ୍ୱେ ଆଜି ବିଜେପିରେ ସାମିଲ ହେବେ। ଟିଏମସି ବୟାନ ଜାରି କହିଛି ଯେ ହବିବପୁର ବିଧାନସଭା ଆସନରୁ ନିଜ ପ୍ରାର୍ଥୀ ବଦଳାଉଛନ୍ତି। କାରଣ ସରଳା ମୁର୍ମୁଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ। ଟିକେଟ୍ ମିଳିବ ପରେ ଦଳ ଛାଡିବା ଟିଏମସିର ପ୍ରଥମ ମାମଲା। ହବିବପୁର ଆସନରୁ ଟିଏମସି ପ୍ରଦୀପ ବସକିଙ୍କୁ ପ୍ରାର୍ଥୀ କରିଛି। ମାଲଦା ଜିଲ୍ଲାରେ ଏପ୍ରିଲ ୨୬ ଓ ୨୯ ତାରିଖରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ। ମାଲଦା ଜିଲ୍ଲାରେ ୧୨ ବିଧାନସଭା ଆସନ ଅଛି। ୨୦୧୬ ନିର୍ବାଚନରେ ଏହି ଜିଲ୍ଲାରେ ତୃଣମୂଳ କଂଗ୍ରେସ ସଫା ହୋଇଯାଇଥିଲା ଓ ବିଜେପି ଖାତାକୁ ୨ ଆସନ ଆସିଥିଲା। କଂଗ୍ରେସ ସବୁଠାରୁ ଅଧିକ ୮ ଆସନ ଜିତିଥିଲେ।ଚଳିତ ନିର୍ବାଚନରେ ଟିଏମସି ପ୍ରସିଦ୍ଧ ହସ୍ତୀ, ମହିଳା ଓ ଯୁବ ଗୋଷ୍ଠୀଙ୍କୁ ପ୍ରାଥମିକତା ଦେଇଛି। ଦଳ ୨୯୪ ଆସନରୁ ୨୯୧ ଆସନ ପାଇଁ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଅନ୍ୟ ୩ ଆସନ ନିଜ ସହଯୋଗୀ ଦଳକୁ ଦେଇଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0