spot_img

୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଚଳିତ ମାସ ୨୧ ତାରିଖରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ୱରରେ ଆସି ପହଁଞ୍ଚିବେ। ୨୧ ଓ ୨୨ ତାରିଖ ଦୁଇ ଦିନ ଧରି ରାଷ୍ଟ୍ରପତି ଓଡିଶାରେ ରହିବେ। ଏହି ଦୁଇଦିନରେ ସେ ଗୋଟିଏ ଦିନ ରାଉରକେଲା ‘ନିଟ୍’ ର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଅନ୍ୟ ଦିନଟି ସେ କୋଣାର୍କ ମନ୍ଦିର ପରିଦର୍ଶନ କରିବେ। ଏହି ଗସ୍ତରେ ସେ ରାଜଭବନରେ ରାତ୍ରୀଯାପନ କରିବେ ବୋଲି ଜଣାପଡିଛି। ରାଜ୍ୟ ସରକାର ଏନେଇ ସମସ୍ତ ବନେ୍ଦାବସ୍ତ କରୁଥିବା ସୂଚନା ମିଳିଛି। ଅନ୍ୟପଟେ ‘ନିଟ୍’ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ସହ କେତକ କେନ୍ଦ୍ରମନ୍ତ୍ରୀ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular