spot_img

ବିନା ଅନୁମତି ରେ ମକ୍କାରେ ପ୍ରବେଶ କଲେ ୨ଲକ୍ଷ ଟଙ୍କା ଜୋରିମାନା.. କରୋନା ପାଇଁ ହଜ୍ ଯାତ୍ରାକୁ ଦୃଷ୍ଟିରେ ରଖି ନିଆଗଲା ଏଭଳି ନିଷ୍ପତ୍ତି ..

ରିୟାଦ -ସାଉଦି ଆରବ ହଜ୍ ଯାତ୍ରା ପାଇଁ ଅନୁମତି ଦେଇଥିବାବେଳେ ବର୍ତ୍ତମାନ ସୁଦ୍ଧା ସମସ୍ତଙ୍କୁ ଅନୁମତି ଦିଆଯାଇନାହିଁ । ସୀମିତ ସଂଖ୍ୟକ ଯାତ୍ରୀଙ୍କୁ ଅନୁମତି ମିଳିଛି । କରୋନା ସଂକ୍ରମଣକୁ ଦୁଷ୍ଟିରେ ରଖି ସାଉଦି ଆରବ ଗୃହ ମନ୍ତ୍ରାଳୟ ପକ୍ଷରୁ ହଜ ଯାତ୍ରା ପାଇଁ  ନୁଆ ଗାଇଡଲାଇନ ଜାରି କରିଛନ୍ତି । ବିନା ଅନୁମତି ରେ ମକ୍କାକୁ ଗଲେ ୧୦ ହଜାର ସାଉଦି ରିୟାଲ୍‌(୧୬୬୬ ଆମେରିକୀୟ ଡଲାର) ପାଖପାଖି ୨ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି ମନ୍ତ୍ରାଳୟ ପକ୍ଷରୁ ସୁଚନା ଦିଆଯାଇଛି । ଯଦି କିଏ ବାରଣ ସ୍ୱତ୍ତେ ପ୍ରବେଶ କରିବାପାଇଁ ଚେଷ୍ଟା କରେ ଧରାପଡିଲେ ୨ଗୁଣ ଜରିମାନା ଦେବାକୁ ହେବ । । ତା ସ୍ୱତ୍ତେ ବାରମ୍ବାର ଯିଏ ଆଇନକୁ ଉଲ୍ଲଘନ କରେ ତାକୁ ଜେଲ ପଠାଇଦିଆଯିବ । ହଜ୍ ଯାତ୍ରାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular