ଝାରସୁଗୁଡ଼ା : ଝାରସୁଗୁଡ଼ାରେ ଲଘୁ ଖଣିଜ ଦ୍ରବ୍ୟର ହରିଲୁଟ ହେଉଥିବା ଅଭିଯୋଗ ହୋଇଛି । ପ୍ରଶାସନର ଜାଣତରେ ଏଭଳି କାରବାର ହେଉଥିବା ବେଳେ ସମସ୍ତେ ଚୁପ୍ । ବାଲି ଲୁଟ ପରେ ଏବେ ପାଳି ମୋରମର । ଖୁଲମଖୁଲା ୨୪ ଘଣ୍ଟା ଚାଲିଛି ଲୁଟ । ଦିନକୁ ୨ ଶହ ହାଇୱାରେ ଚାଲାଣ ହେଉଛି ମୋରମ । ବଡ଼ ବଡ଼ ଜେସିବି ଲଗାଇ ମୋରମ ଖୋଳା ଚାଲିଥିବା ବେଳେ ପ୍ରଶାସନ ସାଜିଛି ନିରବଦ୍ରଷ୍ଟା। କେବଳ ମୋରମ ନୁହେଁ , ଇବ ଓ ଭେଡେନ ନଦୀରୁ ନିୟମ ଉଲଂଘନ କରି ବାଲି ଉଠାଉଛନ୍ତି ମାଫିଆ । ଝାରସୁଗୁଡା ଜିଲ୍ଲାପାଳଙ୍କ ଅଫିସ ନିକଟରୁ ଶହଶହ ହାଇୱାରେ ମୋରମ ଚାଲାଣ କରାଯାଇଥିବା ଅଭିଯୋଗ ହୋଇଛି । ସେପଟେ ବ୍ରଜରାଜନଗର ଚଣ୍ଡି ମନ୍ଦିର ନିକଟସ୍ଥ ଜଙ୍ଗଲ ଜମିରୁ ମଧ୍ୟ ମୋରମ୍ ଓ ନାଲି ମାଟି ଖୋଳି କୋଟିକୋଟି ଟଙ୍କା ଆୟ କରୁଛନ୍ତି ମାଫିଆ । ମାଫିଆଙ୍କ ଉପରେ ଲଗାମ ଳଗାଇବାକୁ ଦାବି କରିଛନ୍ତି କଂଗ୍ରେସ ନେତା ଓ ସାମାଜିକ କର୍ମୀ । ଝାରସୁଗୁଡା ଜିଲ୍ଲାର ବିଭିନ୍ନ ନଦୀ ନାଳରୁ ବାଲି ଲୁଟିବା ସହ ସେଗୁଡ଼ିକର ଗତିପଥକୁ ମାଫିଆ ପରିବର୍ତ୍ତନ କରାଉଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଏହାଦ୍ବାରା ରାଜ୍ୟ ସରକାରଙ୍କ ବିପୁଳ ରାଜସ୍ୱ ହାନୀ ଘଟୁଛି। । ପରିବେଶ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ବିନା ଅନୁମତି ଓ ବେଆଇନ ଭାବେ ସରକାରୀ ଜମି ଉପରେ ମାଫିଆ ଖୋଳି ଚାଲିଛନ୍ତି । କେ ଫର୍ମ୍ କିମ୍ବା ସି ଫର୍ମ ବିନା ହାଇୱା ଯାଉଥିଲା ବେଳେ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆ ଯାଉନଥିବା ବେଳେ ଟ୍ରକ୍ କିମ୍ବା ଛୋଟ ଗାଡ଼ିରୁ ୫୦ ହଜାର ଟଙ୍କା ପର୍ୟ୍ୟନ୍ତ ଜୋରିମାନା ଆଦାୟ କରାଯାଉଛି ବୋଲି ସ୍ଥାନୀୟ ଲୋକଙ୍କ ପକ୍ଷରୁ ସୂଚନା ମିଳିଛି ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0