ଅନୁଗୁଳ: ଅନୁଗୁଳ ଜିଲ୍ଲାର ସମଲ ବ୍ୟାରେଜ୍ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ମୃତକ ଜଣକ ସ୍ଥାନୀୟ ଅଞ୍ଚଳର ରୋହିତ ସାମଲ (୪୦) ବୋଲି ଜଣାଯାଇଛି। ରୋହିତଙ୍କର ଘର ସମଲ ଗାଁରେ। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।ରୋହିତ ସମଲ ବ୍ରିଜ୍ ଦେଇ ଯାଉଥିବା ବେଳେ କୌଣସି ଏକ ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇଥିଲା। ଘଟଣା ସ୍ଥଳରେ ରୋହିତ ଗୁରୁତର ହୋଇଥିଲେ। ପରେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିବା କୁହାଯାଉଛି।



Visitors Today : 1
Total Visitors : 130427
Total Views : 9891958
Visitors Online Now : 0