spot_img

ଚର୍ଚ୍ଚାରେ ତହସିଲଦାରଙ୍କ ଦବଙ୍ଗଗିରି 

ଅନୁଗୁଳ : ଚର୍ଚ୍ଚାରେ ଅନୁଗୁଳ ଜିଲ୍ଲା କିଶୋରନଗର ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁଙ୍କ ଦବଙ୍ଗଗିରି । ମାସ୍କ ଚେକିଂ ସମୟରେ ଧାନବିଲରୁ ଫେରୁଥିବା ଦୁଇଜଣ ଚାଷୀଙ୍କୁ ପାଞ୍ଚଶହ ଟଙ୍କା ଜୋରିମାନା ବଦଳରେ ତହସିଲଦାର କାନଧରି ଉଠବସ କରିଥିବା ଘଟଣା ସାମ୍ନାକୁ ଅସିଛି । ଏହି ଘଟଣା ସିସିଟିଭିରେ କଏଦ ହୋଇଛି ।
ଘଟଣା ଅନୁସାରେ, ଗତକାଲି ମଧ୍ୟାହ୍ନରେ କିଶୋରନଗର ତହସିଲଦାର କଲେଜଛକ ନିକଟରେ ମାସ୍କ ଚେକିଂ କରୁଥିଲେ । ଏହି ସମୟରେ କିଶୋରନଗର ଥାନା ଧଉରାପାଲି ପଞ୍ଚାୟତ ପାଣ୍ଡୁରୀପଥର ଗାଁର ମାଗୁଣି ସାହୁ ଓ ସୁଶାନ୍ତ ରଣା ଧାନବିଲରୁ ମୋଟର ସାଇକେଲରେ ଘରକୁ ଫେରୁଥିଲେ । ତେବେ ମାସ୍କ ତଳକୁ ଖସିଯିବାରୁ ଜୋରିମାନା ଦେବାକୁ କହିଥିଲେ । ଜୋରିମାନା ନ ଦେଲେ ୧୦ ଥର ଉଠବସ ହେବାକୁ କହିଥିଲେ । ଟଙ୍କା ଦେଇନପାରି ଏହି ଦୁଇଚାଷୀ ଉଠବସ ହୋଇଥିଲେ ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular