ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପାୟଲ ଘୋଷ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ଉପରେ ଯୌନ ନିର୍ୟାତନାର ଆରୋପ ଲଗାଇଥିଲେ। ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ପାୟଲ ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ପାୟଲଙ୍କ ଟୁଇଟ ପରେ ଶନିବାର ବିଳମ୍ବିତ ରାତିରେ ଅନୁରାଗ କଶ୍ୟପ ମଧ୍ୟ ତାଙ୍କ ପକ୍ଷ ରଖିଛନ୍ତି। ବିଳମ୍ବିତ ରାତିରେ ଅନୁରାଗ କଶ୍ୟପ ଏହି ପ୍ରସଙ୍ଗରେ ଅନେକ ଟ୍ୱିଟ୍ କରିଛନ୍ତି। ଅନୁରାଗ କଶ୍ୟପ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ” ମୋତେ ଚୁପ୍ କରିବାକୁ ଚେଷ୍ଟା କରିବାକୁ ଏତେ ସମୟ ଲାଗିଲା। ମୋତେ ଚୁପ୍ କରିବା ପାଇଁ ଏତେ ମିଛ କହିଲ ଯେ, ଜଣେ ମହିଳା ହୋଇ ତୁମେ ଅନ୍ୟ ମହିଳାଙ୍କୁ ସାଙ୍ଗରେ ଟାଣି ନେଲ। ଟିକିଏ ତ ମର୍ୟ୍ୟାଦା ରଖନ୍ତୁ ମ୍ୟାଡାମ। ଖାଲି ଏତିକି କହିବି ତୁମର ସମସ୍ତ ଅଭିଯୋଗ ଭିତ୍ତିହୀନ। ”ବାକି ଅନ୍ୟ ଟୁଇଟ୍ ରେ ଅନୁରାଗ କଶ୍ୟପ ପାୟଲ ଘୋଷଙ୍କୁ ଯୌନ ନିର୍ୟାତନା ଦେଇଥିବା କଥା ଅସ୍ବୀକାର କରିବା ସହ ମୁଁ ନା ଏହିପରି ଆଚରଣ କରେ ନା ମୁଁ ଏହିପରି ଆଚରଣକୁ ବରଦାସ୍ତ କରେ ନାହିଁ ବୋଲି କହିଛନ୍ତି ଅନୁରାଗ ସୂଚନା ମୁତାବକ ଅଭିନେତ୍ରୀ ପାୟଲ ଘୋଷ ଅନୁରାଗଙ୍କ ଉପରେ ଯୌନ ନିର୍ୟାତନା ଅଭିଯୋଗ ଆଣି ଟୁଇଟ୍ କରିଥିଲେ ଯେ, “ଅନୁରାଗ କଶ୍ୟପ ମୋତେ ଯୌନ ନିର୍ୟାତନା ଦେଇଥିଲେ। ନରେନ୍ଦ୍ର ମୋଦୀଜୀ ଦୟାକରି ପଦକ୍ଷେପ ନିଅନ୍ତୁ ଏବଂ ଦେଶକୁ ଏହି ସୃଜନଶୀଳ ବ୍ୟକ୍ତିଙ୍କ ପଛରେ ଥିବା ରାକ୍ଷସ ଦେଖାନ୍ତୁ। ମୁଁ ଜାଣେ ଏହା ମୋର କ୍ଷତି କରିପାରେ। ମୋର ସୁରକ୍ଷା ପ୍ରତି ବିପଦ ଅଛି। ଦୟାକରି ସାହାଯ୍ୟ କରନ୍ତୁ। ଅଭିନେତ୍ରୀଙ୍କ ଟ୍ୱିଟ ପରେ ମହିଳା ଆୟୋଗର ଜାତୀୟ ଅଧ୍ୟକ୍ଷା ରେଖା ଶର୍ମା ମଧ୍ୟ ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି ଯେ ପାୟଲ ଏନସିଡବ୍ଲୁକୁ ଅଭିଯୋଗ ପଠାଇବା ଉଚିତ୍। ଏଥି ସହିତ ଅଭିନେତ୍ରୀ କଙ୍ଗନା ରାନାୱତ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ ଟୁଇଟ୍ କରି ଲେଖିଛନ୍ତି ଯେ, ଅନୁରାଗ କଶ୍ୟପଙ୍କୁ ଗିରଫ କରାଯାଉ।



Visitors Today : 1
Total Visitors : 130540
Total Views : 9892090
Visitors Online Now : 0