ଅନୁଷ୍କା ଶର୍ମା ଫିଲ୍ମ ଦୁନିଆଠାରୁ ଦୂରରେ ଅଛନ୍ତି କିନ୍ତୁ ସେ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି । ଅନୁଷ୍କା ଭାରତୀୟ କ୍ରିକେଟ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ଦଳ ଓଭାଲ ଟେଷ୍ଟ ଜିତିଛି। ତେବେ ଏ ନେଇ ଅନୁଷ୍କାଙ୍କ ଖୁସିର ସୀମା ନଥିଲା । ଅନୁଷ୍କା ଇନଷ୍ଟାଗ୍ରାମରେ ବିରାଟଙ୍କ ଫଟୋ ଏବଂ ପୁରା ଟିମର ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ପୂରା ଭାରତୀୟ ଦଳ ଏକାଠି ନଜର ଆସିଛନ୍ତି । ଏହି ଫଟୋ ଶେୟାର କରି କ୍ୟାପସନରେ ଅନୁଷ୍କା ‘ଏହି ଦଳ’ ଲେଖିଥିଲେ ଏବଂ ଏହା ସହିତ ବ୍ଲୁ ହାର୍ଟର ଏକ ଇମୋଜି ଲଗାଇ ଥିଲେ । ଟିମ୍ ଇଣ୍ଡିଆର ବିଜୟ ପରେ କ୍ୟାପଟେନ ବିରାଟ କୋହଲିଙ୍କ ଜିତିବାର ସେଲିବ୍ରେସନ ଫଟୋଗୁଡ଼ିକ ଭାଇରାଲ ହେବାରେ ଲାଗିଛି । ଉଲେଖଯୋଗ୍ୟ ଯେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଇଂଲଣ୍ଡ ବିପକ୍ଷରେ ଚତୁର୍ଥ ଟେଷ୍ଟରେ ୧୫୭ ରନ୍ରେ ଜିତିଥିଲା। ଏହା ସହ ଭାରତ ମଧ୍ୟ ଟେଷ୍ଟ ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0