spot_img

ସାରା ବିଶ୍ୱ ସହ ଭଲ ସମ୍ପର୍କ ରଖିବାକୁ ଚାହୁଁଛୁ : ତାଲିବାନ

ଆଫଗାନିସ୍ତାନରେ ସରକାର ଘୋଷଣା ପରେ କାବୁଲରେ ବିରାଟ ଉତ୍ସବ ପାଳିବ ତାଲିବାନ | ପଞ୍ଜଶିର ଦଖଲ ପରେ ଯୁଦ୍ଧ ସମାପ୍ତି ଘୋଷଣା କରିଛି ତାଲିବାନ | ମୁଲ୍ଲା ବରାଦର୍ ଗୋଷ୍ଠୀ, ସିରାଜୁଦ୍ଦିନ୍ ହକ୍କାନୀ ଗୋଷ୍ଠୀ ଓ ମୁଲ୍ଲା ୟାକୁବ୍ ଗୋଷ୍ଠୀ ମଧ୍ୟରେ ଜୋରଦାର କ୍ଷମତା ଲଢ଼େଇ ଚାଲିଥିବା ଏବଂ ହକ୍କାନୀ ଗୋଷ୍ଠୀର ଆକ୍ରମଣରେ ନିଜେ ମୁଲ୍ଲା ବରାଦର୍ ଆହତ ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କାମଚଳା ସରକାର ଭାବେ କାର୍ଯ୍ୟ କରିବ ଏବଂ ନିୟମରେ ପରିବର୍ତ୍ତନ ଓ ସଂସ୍କାର ଆଣିବ ବୋଲି କହିଛନ୍ତି ତାଲିବାନୀ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ । ସାରା ବିଶ୍ୱ ସହ ଆମେ ଭଲ ସଂପର୍କ ରଖିବାକୁ ଚାହୁଁଛୁ । ମୁଖ୍ୟତଃ ଚୀନ୍ ବିଶ୍ୱର ଅନ୍ୟତମ ବିଶାଳ ଅର୍ଥନୈତିକ ଶକ୍ତି ହୋଇଥିବାରୁ, ଏହା ଦେଶର ପୁନର୍ଗଠନରେ ସହଯୋଗ କରିପାରିବ ବୋଲି ଆଶା ପ୍ରକାଶ କରିଛନ୍ତି ତାଲିବାନ ମୁଖପାତ୍ର | କାତାର, ତୁର୍କୀ ଓ ୟୁଏଇ ଟେକ୍ନିକାଲ୍ ଟିମ୍ ସହାୟତାରେ କାବୁଲ ବିମାନବନ୍ଦରକୁ ସ୍ୱାଭାବିକ କରିବାକୁ ଚେଷ୍ଟା ଚଳାଇଛି ତାଲିବାନ । ସରକାର ଘୋଷଣା ସହ ଏହାକୁ ମଧ୍ୟ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular