ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଥିଲେ ହାଇକୋର୍ଟ | କୋଭିଡ ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ସରକାର ଦେଇଥିବା ତଥ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ | ସରକାରୀ ତଥ୍ୟରେ ତାଳମେଳ ରହୁନାହିଁ ବୋଲି ସାନି ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି | ସେହିପରି ରାଜ୍ୟରେ କେତେ ଜରାଶ୍ରମ ରହିଛି ଓ ସେଥିରେ କେତେ ଅନ୍ତେବାସୀ ରହୁଛନ୍ତି? ସେମାନଙ୍କ ଟିକା କରଣ ପାଇଁ କଣ ପଦେକ୍ଷପ ଗ୍ରହଣ କରାଯାଇଛି? ତାହା ମଧ୍ୟ ଜଣାଇବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି। ଆସନ୍ତା ୭ ତାରିଖ ରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ। ଏନେଇ ସୂଚନା ଦେଇଛନ୍ତି ଆବେଦନକାରୀ ଆଇନ୍ଜୀବୀ ସୋହନ ମିଶ୍ର। ଅଗଷ୍ଟ ୩୧ ତାରିଖ ସୁଦ୍ଧା ଭିନ୍ନକ୍ଷମ ଓ ବୟସ୍କଙ୍କୁ ଘର ନିକଟରେ ଟିକାକରଣ ନେଇ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ କରିଥିଲେ। ଏହା ପରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଥିଲେ। ମାତ୍ର ସେଥିରେ ସବିଶେଷ ତଥ୍ୟ ନଥିବାରୁ କୋର୍ଟ ଆଜି ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ ଆଉ ଥରେ ସତ୍ୟପାଠ ଦାଖଲ କରିବାକୁ କୋର୍ଟ କହିଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0