ଆଜି ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଜନ୍ମଦିନ । ତାଙ୍କ ଜନ୍ମଦିନରେ ଅନେକ ଷ୍ଟାର୍ସ ତାଙ୍କୁ ଜନ୍ମଦିନର ଶୁଭେଛା ଜଣାଇଛନ୍ତି । ସେମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ଅର୍ଜୁନଙ୍କ ଗର୍ଲ ଫ୍ରେଣ୍ଡ ମଲାଇକା ଅରୋରା । ଏନେଇ ଅର୍ଜୁନଙ୍କ ବର୍ଥଡେରେ ମଲାଇକା ଶୁଭେଛା ଜଣାଇବା ସହ ଲେଖିଛନ୍ତ. ହାପି ବର୍ଥଡ଼େ ମାଇଁ ସନଶାଇନ୍ । ରିପୋର୍ଟ ଅନୁଯାୟୀ ଗତ ବର୍ଷ ଅର୍ଜୁନଙ୍କ ଜନ୍ମଦିନରେ ମଲାଇକା ନିଜର ସଂମ୍ପର୍କ ବିଷୟରେ ଖୁଲାସା କରିଥିଲେ । ଏହା ପରଠାରୁ ସୋସିଆଲ ମିଡିଆରେ ଦୁଇଜଣଙ୍କର ଏକାଠି ଫଟୋ ନଜର ଆସିଥିଲା ।

ମଲାଇକାଙ୍କୁ ବିବାହ କରିବା କଥାକୁ ନେଇ କହିଥିଲେ ଏପରି କଥା
ଅର୍ଜୁନଙ୍କୁ ଯେତେବେଳେ ମଲାଇକାଙ୍କୁ ବିବାହ କରିବା କଥା ପଚାରାଯାଇଥିଲା ସେତେବେଳେ ସେ କହିଥିଲେ “ ଯେତେବେଳେ ଆମେ ବିବାହ କରିବୁ ସମସ୍ତଙ୍କୁ ଜଣାଣବୁ । ବିବାହକୁ ନେଇ ବର୍ତ୍ତମାନ କୌଣସି ପ୍ଲାନିଂ ହୋଇନାହିଁ । ବର୍ତ୍ତମାନ ମଧ୍ୟ ବିବାହର ପ୍ଲାନିଂ କରିବା ଅସମ୍ଭବ । ବର୍ତ୍ତମାନ ମଧ୍ୟ ବିବାହକୁ ନେଇ କିଛି ଚିନ୍ତା କରିନୁ । ଆଗକୁ ଅର୍ଜୁନ ଏହାମଧ୍ୟ କହିଛନ୍ତି ସମସ୍ତଙ୍କୁ ଜଣାଣ ଆମେ ବିବାହ କରିବୁ ।କିଛିଦିନ ତଳେ ଅର୍ଜୁନଙ୍କୁ ଏକ ସାକ୍ଷାତକାର ମାଧ୍ୟମରେ ପଚରା ଯାଇଥିଲା, କ’ଣ ଆପଣଙ୍କୁ ଆପଣଙ୍କ ଘର ଲୋକ ବିବାହ କରିବା ପାଇଁ ବାଧ୍ୟ କରୁନାହାଁନ୍ତି । ଏନେଇ ଅଜୁର୍ନ କହିଥିଲେ, ମୋ ପରିବାର ଲୋକ ଜାଣିଛନ୍ତି ମୁଁ ସମସ୍ତଙ୍କ କଥା ଶୁଣେ କିନ୍ତୁ ନିଜ ଅନୁସାରେ କାମ କରେ । ପରିବାର ଲୋକଙ୍କର ମୋ ଉପରେ ଭରଷା ଅଛି ମୁଁ ଯାହା ବି କରିବି ଠିକ କରିବି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0