spot_img

କୃଷି ବିଲକୁ ରଦ୍ଦ କରିବାକୁ ସୁପ୍ରିମକୋର୍ଟରେ ଅପିଲ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ସୁପ୍ରିମକୋର୍ଟ ଗଲେ ଆନେ୍ଦାଳନରତ ଚାଷୀ । କୃଷି ଆଇନକୁ ରଦ୍ଦ କରିବାକୁ ଅନୁରୋଧ କରାଯାଇଛି । ଭାରତୀୟ କୃଷକ ସଂଗଠନ ଭାନୁ ଗୁଟ ତରଫରୁ ଏହି ମାମଲା ଦାୟର ହୋଇଛି । ଅଭିଯୋଗରେ ୩ ଟି ଯାକ କୃଷି ଆଇନକୁ ଅସମ୍ବିଧାନିକ ଭାବେ ଗ୍ରହଣ କରି ଏହାକୁ ରଦ୍ଦ କରିବାକୁ ଦାବି କରାଯାଇଛି । ପୂର୍ବରୁ ବି ଏନେଇ ସୁପ୍ରିମକୋର୍ଟରେ ଅଭିଯୋଗ ପରେ ସୁପ୍ରିମକୋର୍ଟ ତରଫରୁ ଜବାବ୍ ରଖିବାକୁ କେନ୍ଦ୍ର ସରକାରଙ୍କୁ ନୋଟିସ୍ କରାଯାଇଥିଲା । ଅନ୍ୟପଟେ ଆଜି ଦାଖଲ କରାଯାଇଥିବା ଅଭିଯୋଗରେ ଏହି କାନୁନକୁ ଅବୈଦ୍ଧ, ଅସାମ୍ବିଧାନିକ ଓ କୃଷକଙ୍କ ଉପରେ ସ୍ୱେଚ୍ଛାଚାରିତା ବୋଲି କୁହାଯାଇଛି । ଅଭିଯୋଗକାରୀ କହିଛନ୍ତି କି ଏଭଳି ଆଇନ ଆଣି ସରକାର କୃଷକ ମାନଙ୍କ ଜମିକୁ ବହୁରାଷ୍ଟ୍ରୀୟ କମ୍ପାନୀ ମାନଙ୍କ ପାଖରେ ବନ୍ଧକ ରଖିବାକୁ ଚାହୁଁଛି । ଏହାଦ୍ୱାରା କିଛି ଦିନ ଉତ୍ପାଦିତ ସାମଗ୍ରୀର ମୂଲ୍ୟ ସରକାରୀ ଦର ଠାରୁ ଅଧିକ ମିଳିବ ତା ପରେ ମଣ୍ଡି ବ୍ୟବସ୍ଥା ଶେଷ ହୋଇଯିବ । ମଣ୍ଡି ବ୍ୟବସ୍ଥା ଶେଷ ହୋଇଗଲା ପରେ ବହୁରାଷ୍ଟ୍ରୀୟ କମ୍ପାନୀ ମାନେ ସେମାନଙ୍କ ମନ ମୁତାବକ ଦାମ ଦେଇ ଶଷ୍ୟ କିଣିବେ । କାରଣ କୃଷକଙ୍କ ପାଖରେ କିଛି ବିକଳ୍ପ ନଥିବ ।
ଅନ୍ୟପଟେ ଆନ୍ଦୋଳନରେ ସାମିଲ ଥିବା କୃଷକ ମାନଙ୍କ ଉପରେ ସରକାର ମାମଲା ଦାଖଲ କରିଛନ୍ତି । ସରକାର କହିଛନ୍ତି କି କରୋନା ମହାମାରୀ ସମୟରେ ଏତେ ଲୋକ ଏକ ସାଙ୍ଗରେ ଏକତ୍ରିତ ହେଉଥିବାରୁ ସଂକ୍ରମଣ ବଢିବା ନେଇ ଆଶଂକା ଉପୁଜୁଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular