ନୂଆଦିଲ୍ଲୀ: ପବନରୁ ପାନୀୟ ଜଳ ଆବିଷ୍କାର କରୁଛି ଏରୋଜେଲ । ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନକ ଅନୁଯାୟୀ ଏହି ଜଣ ପିଇବା ଯୋଗ୍ୟ। କୌଣସି ପ୍ରକାର ରାସାୟନିକ ପ୍ରତିକ୍ରିୟା ବିନା ବା ଅତ୍ୟଧିକ ଚାପ ଓ ତାପ ବିନା ବାୟୁରୁ ପିଇବା ଉପଯୋଗୀ ଜଳ ପ୍ରସ୍ତୁତ ହୋଇପାରୁଛି। ଏହାକୁ କରି ଦେଖାଇଛନ୍ତି ସିଙ୍ଗାପୁର ଜାତୀୟ ବିଶ୍ବବିଦ୍ୟାଳୟର ଗବେଷକ। ଗବେଷକମାନେ ଏମିତି ଏକ ଜିନିଷ ତିଆରି କରିଛନ୍ତି ଯାହାକୁ ବ୍ୟବହାର କରି ବାୟୁରୁ ଜଳ ତିଆରି ହୋଇପାରୁଛି। ଏହାକୁ ‘ଏରୋଜେଲ୍’ ବୋଲି କୁହାଯାଉଛି। ଗୋଟିଏ କେଜି ‘ଏରୋଜେଲ୍’ ରୁ ୧୭ ଲିଟର ଶୁଦ୍ଧ ଜଳ ପ୍ରସ୍ତୁତ ହେଉଛି। ସ୍ପଞ୍ଜ ଭଳି ଦେଖିବାକୁ ଏହି ‘ଏରୋଜେଲ୍’ ମାଧ୍ୟମରେ ବାୟୁରୁ ଜଳ ତିଆରି ହୋଇପାରୁଥିବା ବେଳେ ଏହାକୁ ଚିପୁଡ଼ିବାକୁ ପଡ଼ିବ ନାହିଁ। ପଲିମର ଦ୍ବାରା ତିଆରି ହୋଇଥିବା ‘ଏରୋଜେଲ୍’ ବାୟୁରୁ ଜଳ ବାହାର କରିପାରୁଛି। ‘ଏରୋଜେଲ୍’ ପ୍ରଥମେ ଜଳ କଣା ଗ୍ରହଣ କରୁଛି ତାପରେ ଏହାକୁ ପାଣିରେ ପରିଣତ କରୁଛି।କିନ୍ତୁ ଗ୍ରୀଷ୍ମ ଋତୁ ବା ଗରମ ଦିନରେ ‘ଏରୋଜେଲ୍’ ଅଧିକ ମାତ୍ରାରେ ଜଳ ତିଆରି କରିପାରୁଛି। ଏହା ୯୫ ପ୍ରତିଶତ ଜଳୀୟ ବାଷ୍ପକୁ ପାଣିରେ ପରିଣତ କରୁଛି। ତେବେ ଏହି ଜଳ ପାନୀୟ ଉପଯୋଗୀ। ଏହି ଉଦ୍ଭାବନ ଯୋଗୁ ଯେକୌଣସି ପରିବଶେରେ ଶୁଦ୍ଧ ତଥା ମଧୁର ପାନୀୟ ଜଳ ଉପଲବ୍ଧ ହୋଇପାରିବ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0