ଜାମ୍ମୁ: ଜାମ୍ମୁ-କାଶ୍ମୀରରେ ଭାରତୀୟ ସେନାକୁ ମିଳିଲା ପୁଣି ବଡ ସଫଳତା । ଭାରତୀୟ ସେନାର ଦୃଢ ଜବାବ ପରେ ଏବେ ମାଟି ଉପରେ କିମ୍ବା ଜଳ ପଥ ଦେଇ ପ୍ରବେଶ କରିବାରେ ଫେଲ ମାରୁଛନ୍ତି ଆତଙ୍କୀ । ଗତ କିଛି ଦିନ ହେବ ବିଭିନ୍ନ ସ୍ଥାନରେ ସୁଡଙ୍ଗ ନିର୍ମାଣ କରି ଅନୁପ୍ରବେଶ ଉଦ୍ୟମ କରୁଛନ୍ତି ଆତଙ୍କବାଦୀ । ଏହାରି ମଧ୍ୟରେ ଶନିବାର ସେନା ପକ୍ଷରୁ ଗୋଟିଏ ସୁଡଙ୍ଗକୁ ଠାବ କରାଯାଇଛି । ପ୍ରାୟ ୧୫୦ ମିଟର ଲମ୍ବା ଏବଂ ୩୦ ଫୁଟ ଗହୀର ଏହି ସୁଡଙ୍ଗକୁ ରୁଟିନ୍ ଚେକିଂ ସମୟରେ ଠାବ କରାଯାଇଛି । ଏହି ୧୫୦ ମିଟର ସୁଡଙ୍ଗକୁ ଜାମ୍ମୁ-କାଶ୍ଚୀରର ପଂସାର ଅଞ୍ଚଳର ବିପି ନମ୍ବର ୧୪-୧୫ ମଧ୍ୟରେ ଦେଖିବାକୁ ମିଳିଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0