spot_img

ଗିରଫ ହେଲେ ନକଲି ପୂଜା ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀ

କଟକ : ଠାକୁରଙ୍କୁ ପୁଜା କରି ଭଲ ଫଳ ପ୍ରାପ୍ତି ପାଇଁ ଆପଣ ବଜାରରୁ ଭଲ ବ୍ରାଣ୍ଡର ପୂଜା ସାମଗ୍ରୀ କିଣୁଥାଇପାରନ୍ତି । ବିଶ୍ୱାସରେ ବିଷ ଦେଇ ଚାଲିଛି ବେପାର । ଗଙ୍ଗା ଜଳ ଠାରୁ ଆରମ୍ଭ କରି ଘିଅ, ମହୁ ଓ ଗୁଡ ବି ନକଲି ବିକ୍ରି କରାଯାଇପାରେ । ଏମିତି ଏକ ଠକକୁ କାବୁ କରିଛି କଟକ ମାଲଗୋଦାମ ଥାନା ପୁଲିସ । ଯିଏଁ ଅସଲି ବ୍ରାଣ୍ଡରେ ବିକ୍ରି କରୁଥିଲା ନକଲି ସାମଗ୍ରୀ । ଏଠି ଗଙ୍ଗା ଜଳ ଠାରୁ ଆରମ୍ଭ କରି ମହୁ ଯାଏଁ ସବୁ କିଛି ନକଲି । ଏଭଳି ଅପମିଶ୍ରିତ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ କଟକ ମାଲଗୋଦାମ ଥାନା ପୁଲିସ ଉଠାଇ ନେଇଛି ।

ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି, ଚଣ୍ଡୀ ରାଓ । ସେ କଟକ ଜିଲ୍ଲା ସମତେ ଅନ୍ୟାନ୍ୟ ଜିଲ୍ଲାକୁ ଅପମିଶ୍ରିତ ସାମଗ୍ରୀ ସପ୍ଲାଇ କରୁଥିଲେ । ଦୀର୍ଘ ଦିନ ହେବ ମାଲଗୋଦାମ ଥାନା ଅଂଚଳରେ ବ୍ୟବସାୟ କରି ଆସୁଥିଲେ ବୋଲି ପୁଲିସ ସୂଚନା ଦେଇଛି । ଗିରଫ ଚଣ୍ଡୀ ରାଓଙ୍କୁ ଆଜି କୋର୍ଟ ଚାଲାଣ କରିବ ପୁଲିସ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular