ଗଜପତି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ ସଫଳତା । ରାଜ୍ୟର କୋଣ ଅନୁକୋଣରୁ ବାଇକ ଚୋରି କରି ଗଜପତି ଜିଲ୍ଲାରେ ବିକି୍ର କରୁଥିବା ଗ୍ୟାଙ୍ଗକୁ ପୋଲିସ ଗିରଫ କରିଛି । ଗ୍ୟାଙ୍ଗରୁ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୪ ଟି ଗାଡି ଜବତ ହୋଇଛି । ସୂଚନା ମୁତାବକ, ପାରଳାଖେମୁଣ୍ଡି ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୋହନା ଥାନା ଅଞ୍ଚର ବାସିନ୍ଦା ଅଜିତ ମାଳି ଏକ ବାଇକ ଯୋଗେ ଯାଉଥିବା ବେଳେ ତାଙ୍କୁ ପୋଲିସ ଗାଡିର କାଗଜପତ୍ର ମାଗିଥିଲେ । ଉକ୍ତ ବ୍ୟକ୍ତି ଜଣକ କାଗଜପତ୍ର ଦେଇପାରି ନଥିବାରୁ ପେଟ୍ରେଲିଙ୍ଗ ଟିମ୍ ତାଙ୍କୁ ଥାନାକୁ ଆଣି ଜେରା କରିବା ପରେ ସେ ଜଣେ ବାଇକ ଚୋର ଓ ସେ ରାଜ୍ୟର ଭୁବନେଶ୍ୱର, ବ୍ରହ୍ମପୁର, କଟକ, ଆଦି ବିଭିନ୍ନ ଅଞ୍ଚଳରୁ ବାଇକ ଚୋରି କରି ଗଜପତି ଜିଲ୍ଲାରେ ବିକ୍ରୟ କରୁଥିବା ଜଣାପଡିଥିଲା ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0