ଭୁବନେଶ୍ୱର: ଗତ କିଛିଦିନ ହେବ ବର୍ଷା ପରିବେ ବଢୁଛି ତାତି । ରାଜ୍ୟରେ ଆଉ କିଛି ଦିନ ଏପରି ତାତି ଲାଗି ରହିବ । ଉପକୂଳ ଓଡ଼ିଶାରେ ଆଉ ପ୍ରାୟ ୧୦ ଦିନ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଶାରଦ ଡ଼କ୍ଟର ସୁରେନ୍ଦ୍ରନାଥ ପଶୁପାଳକ ସୂଚନା ଦେଇଛନ୍ତି । ଚଳିତବର୍ଷ ପୂର୍ବ ବର୍ଷ ଠାରୁ ପ୍ରାୟ ୩ ଡ଼ିଗ୍ରିରୁ ଅଧିକ ତାତି ହେଉଛି । ଡ଼କ୍ଟର ସୁରେନ୍ଦ୍ରନାଥଙ୍କ କହିବା ଅନୁସାରେ ସୋମବାର ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୫.୭ ଡ଼ିଗ୍ରି ସେଲସିୟସ ଥିବାବେଳେ ପାରଳାଖେମୁଣ୍ଡି ୩୭.୫ ଡ଼ିଗ୍ରି, ଚାନ୍ଦବାଲି ୩୬.୧, ସମ୍ବଲପୁର ୩୫.୨, ଅନୁଗୁଳ ୩୬.୧ ଡ଼ିଗ୍ରି ଥିଲା । ବର୍ତ୍ତମାନ ତାପମାତ୍ରା ବଢିବାର ଅନେକସବୁ କାରଣ ରହୁଛି ସେଥିମଧ୍ୟରୁ, ପ୍ରଥମରେ ମୌସୁମୀ ଦୁର୍ବଳ ରହୁଛି, ଆକାଶ ମେଘୁଆ ରହୁନଥିବାରୁ ସୂର୍ଯ୍ୟକିରଣ ସିଧାସଳଖ ଭୂପୃଷ୍ଠରେ ପଡ଼ୁଛି ।
ଗତ କିଛି ଦିନ ହେଲା, ଉପରବାୟୁମଣ୍ଡଳରେ ପଶ୍ଚିମା ପବନ ବହୁଛି । ଦକ୍ଷିଣ-ପଶ୍ଚିମ ପବନ ପ୍ରବାହ ନାହିଁ । ସାମୁଦ୍ରିକ ପବନ ଆସୁନଥିବାରୁ ତାପମାତ୍ରା କମୁନି ଏବଂ ବାୟୁରବେଗ ମଧ୍ୟ ଅନ୍ୟ ଏକ କାରଣ । ବାୟୁରବେଗ ଅଧିକ ରହିଲେ, ଗୋଟିଏ ସ୍ଥାନର ତାପ ଅନ୍ୟସ୍ଥାନକୁ ବହିଯାଇଥାଏ । କିନ୍ତୁ ବର୍ତ୍ତମାନ ଅଧିକାଂଶ ସ୍ଥାନରେ ବାୟୁର ବେଗ କମ୍ ରହୁଛି । ଉପକୂଳ ଓଡ଼ିଶାରେ ଆଉ ୧୦ପର୍ଯ୍ୟନ୍ତ ଏଭଳି ସ୍ଥିତି ଚାଲୁ ରହିବ ଏବଂ ସେପ୍ଟେମ୍ବର ତୃତୀୟ ସପ୍ତାହରେ ରାଜ୍ୟରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଡ଼କ୍ଟର ସୁରେନ୍ଦ୍ରନାଥ ସୂଚନା ଦେଇଛନ୍ତି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0