ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ଗିରଫ ହେବା ପରେ ଖୋଲୁଛି ଗୁମର । ଆଫଗାନିସ୍ତାନରେ ଆଇଏସଆଇ ଉପସ୍ଥିତ ରହିଥିବା ଦିଲ୍ଲୀ ପୁଲିସ ସ୍ପେଶାଲ ସେଲର ଡିସିପି ପ୍ରମୋଦ ସିଂ କୁଶୱା କହିଛନ୍ତି । ସେଠାରୁ ରହି ଆତଙ୍କବାଦୀ ଆର୍ଥିକ କାରବାର କରୁଥିବା ସେ ସୂଚନା ଦେଇଛନ୍ତି । କାଶ୍ମୀର ଆତଙ୍କ ନେଟୱାର୍କ ମାଧ୍ୟମରେ ଡ୍ରଗ୍ସ ଭାରତକୁ ପଠାଯାଏ । ଯେତେବେଳେ ଏହି ଡ୍ରଗ୍ସ ଭାରତରେ ବିକ୍ରି ହୁଏ, ସେତେବେଳେ ବିକ୍ରି ଟଙ୍କା ସହିତ ସେମାନେ ଭାରତରେ ଆତଙ୍କବାଦକୁ ଉତ୍ସାହିତ କରନ୍ତି । ଆଉ ଯେଉଁମାନେ ଆତଙ୍କବାଦ ବିରୋଧରେ ଦୃଷ୍ଟାନ୍ତ ପଦକ୍ଷେପ ନେଇଛନ୍ତି ସେମାନଙ୍କୁ ହତ୍ୟା କରାଯାଉଛି । ସାମ୍ପ୍ରଦାୟିକ ସମନ୍ୱୟକୁ ଭଣ୍ଡୁର କରିବାକୁ ମଧ୍ୟ ଚେଷ୍ଟା ଚାଲିଛି । ସେମାନଙ୍କର ପାକିସ୍ତାନ ସହ ଏକ ଲିଙ୍କ ରହିଥିବା ବେଳେ ସେମାନେ ପଞ୍ଜାବରେ ଟାର୍ଗେଟରେ ହତ୍ୟା କାର୍ଯ୍ୟ କରୁଛନ୍ତି । ବାସ୍ତବରେ ଏହି ସବୁ ପଛରେ ପାକିସ୍ତାନ ଏଜେନ୍ସି ଆଇଏସଆଇ ରହିଥିବା ସୂଚନା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0