ନୂଆଦିଲ୍ଳୀ: କ୍ରିକେଟ ଦୁନିଆର ବେଷ୍ଟ ଫିନିସର ଭାବେ ମହେନ୍ଦ୍ର ସିଂ ଧୋନି ସମସ୍ତଙ୍କ ପାଖରେ ବେଶ ପରିଚିତ । ଧୋନି ମ୍ୟାଚକୁ ଅତି ସହଜରେ ଶେଷ ପର୍ଯ୍ୟନ୍ତ ନେଇ ଜିତିବାର ବାଟ କାଢି ଦିଅନ୍ତି । ତାଙ୍କର ଏହି ପ୍ରତିଭାକୁ ବେଶ ପସନ୍ଦ କରିଛନ୍ତି ଦକ୍ଷିଣ ଆଫ୍ରିକୀୟ ଖେଳାଳି ଡ଼େଭିଡ଼ ମିଲର ।
ସୂଚନାକ୍ରମେ, ଚଳିତ ବର୍ଷ ଆରମ୍ଭ ହେବାକୁ ଥିବା ଆଇପିଏଲରେ ଡ଼େଭିଡ଼ ମିଲର ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବେ । ଏହା ପୂର୍ବରୁ ସେ ଦୀର୍ଘ ଆଠ ବର୍ଷ ଧରି କିଙ୍ଗସ ଇଲେଭେନ ପଞ୍ଜାବ ପକ୍ଷରୁ ଖେଳିଥିଲେ । ‘ପ୍ରତ୍ୟେକ କ୍ରିକେଟରଙ୍କ ପାଖରେ କିଛି ସ୍ୱତନ୍ତ୍ରତା ଏବଂ ଦୁର୍ବଳତା ଥାଏ । ଏପରିକି ତାଙ୍କ ପାଖରେ ମଧ୍ୟ ଅଛି । ଧୋନିଙ୍କ ଭଳି ସେ ମଧ୍ୟ ମ୍ୟାଚକୁ ଶେଷ ପର୍ଯ୍ୟନ୍ତ ନେଇ ମ୍ୟାଚ ଜିତେଇବାକୁ ଚାହାଁନ୍ତି । ଏବଂ ସେ ଧୋନିଙ୍କ ପରି ବେଷ୍ଟ ଫିନିସର ଭାବେ ନିଜକୁ ଗଢିବା ପାଇଁ ଚାହାନ୍ତିଁ ,’ ବୋଲି ଡ଼େଭିଡ଼ ମିଲର କହିଛନ୍ତି ।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0