କୋଟିଆକୁ ନେଇ ଆନ୍ଧ୍ର ଓ ଓଡିଶା ସରକାରଙ୍କ ମଧ୍ୟରେ ଲାଗି ରହିଛି ବିବାଦ | ତେବେ ଏହି ପରିପ୍ରେକ୍ଷୀରେ ମୁହଁ ଖୋଲିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର | ସେ କହିଛନ୍ତି, କୋଟିଆରେ ସେମିତି ବଡ ସମସ୍ୟା ନାହିଁ । ରାଜସ୍ବ ବିଭାଗର ସଚିବ ଓ ଆରଡିସି କମିଟି ସେଠାକୁ ଯାଇ ସ୍ଥିତି ଦେଖିଛନ୍ତି । ସ୍ଥିତି ସେତେଟା ଖରାପ ନାହିଁ ବୋଲି ବାଚସ୍ପତି କହିଛନ୍ତି । ଯେଉଁ ଅଞ୍ଚଳ ଆମ କର୍ତ୍ତୃତ୍ବ ଭିତରେ ରହିଛି ସେଠି ଉନ୍ନୟନ କାର୍ଯ୍ୟ ଚାଲିଛି । ଏହି ସ୍ଥିତି ସୁଧୁରିବା ପରେ ଗୃହ କମିଟି ପକ୍ଷରୁ ବୈଠକ ଡ଼କାଯାଇ କ୍ଷେତ୍ର ପରିଦର୍ଶନରେ ଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି କହିଛନ୍ତି । ଭିଡିଓ କନଫରେନ୍ସିଂ ଯୋଗେ କୋରାପୁଟ ଜିଲ୍ଲାପାଳଙ୍କ ସହ କଥା ହେଉଛନ୍ତି ବୋଲି ସେ କହିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0