ଗତକାଲି କଟକରେ ଦୁର୍ଗା ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ହାଇକୋର୍ଟ ରାୟ ଶୁଣାଇଛନ୍ତି | ସରକାରଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବୁ ନାହିଁ ବୋଲି କହିଛନ୍ତି ଉଚ୍ଚ ନ୍ୟାୟାଳୟ | ତେବେ ଉକ୍ତ ରାୟକୁ ନେଇ ରାଜନୀତି କରାଯାଉଥିବା କହିଛନ୍ତି ରାଜ୍ୟସଭା ସାଂସଦ ସୁବାସ ସିଂ | ସେ କହିଛନ୍ତି ଭର୍ତ୍ତୃହରି ମହତାବଙ୍କ ମନ୍ତବ୍ୟ ପସନ୍ଦଯୋଗ୍ୟ ନୁହେଁ | ମହାମାରୀ ସମୟରେ ଏଭଳି ମନ୍ତବ୍ୟ ଦେବା ଆଦୌ ଉଚିତ ନୁହେଁ | ସୂଚନାଯୋଗ୍ୟ ଯେ ମୂର୍ତ୍ତି ଉଚ୍ଚତା କମିଲେ ତାହା ପରମ୍ପରା ଉପରେ ପ୍ରଭାବ ପକାଇବ ବୋଲି ଭର୍ତ୍ତୃହରି ମହତାବ କହିଥିଲେ |



Visitors Today : 5
Total Visitors : 130174
Total Views : 9891621
Visitors Online Now : 0