spot_img

ଭୁବନେଶ୍ୱରରୁ ବଲାଙ୍ଗୀର ଓ ଭୁବନେଶ୍ୱରରୁ କୋରାପୁଟକୁ ସ୍ୱତନ୍ତ୍ର ଟ୍ରେନ ସେବା ଅଗଷ୍ଟ ୧୨ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର: ଭୁବନେଶ୍ୱର-ବଲାଙ୍ଗୀର ଓ ଭୁବନେଶ୍ୱର-କୋରାପୁଟକୁ ସ୍ୱତନ୍ତ୍ର ଟ୍ରେନ ସେବା ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଭୁବନେଶ୍ୱର –ବଲାଙ୍ଗୀର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ (୦୮୪୯୩/୦୮୪୯୪) ଅଗଷ୍ଟ ପହିଲାରୁ ୧୨ ତାରିଖ ମଧ୍ୟରେ ଶନିବାର ଓ ରବିବାର ବ୍ୟତୀତ ଅନ୍ୟଦିନ ଗୁଡିକରେ ଭୁବନେଶ୍ୱରଠାରୁ ସକାଳ ୬ଟା ୩୦ ରେ ଏବଂ ବଲାଙ୍ଗରୀ ଠାରୁ ଅପରାହ୍ନ ୨ଟା୪୫ ରେ ଛାଡିବ । ଏହି ଟ୍ରେନ ଭୁବନେଶ୍ୱର ଓ ବଲାଙ୍ଗୀର ମଧ୍ୟରେ ମଞ୍ଚେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ମେରାମୁଣ୍ଡଳୀ, ତାଳଚେର ରୋଡ, ଅନୁଗୁଳ, ବୋଇଣ୍ଡା, ବାମରୁ, ରେଢାଖୋଲ, ସମ୍ବଲପୁର, ହୀରାକୁଦ, ବରଗଡ ରୋଡ, ବରପାଲି ଏବଂ ଳୋଇସିଂହା ଷ୍ଟେସନରେ ରହଣି କରିବ ।

ସେହିପରି, ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା ସମ୍ବଲପୁର (୦୮୪୪୭/୦୮୪୪୮) ଅଗଷ୍ଟ ପହିଲାରୁ ୧୨ ତାରିଖ ମଧ୍ୟରେ ଭୁବନେଶ୍ୱର ଠାରୁ ପ୍ରତି ସୋମବାର, ବୁଧବାର, ଓ ଶୁକ୍ରବାର ଦିନ ସନ୍ଧ୍ୟା ୬ଟା ୩୦ ରେ ଛାଡିବାକୁ ଥିବା ବେଳେ କେରାପୁଟରୁ ପ୍ରତି ମଙ୍ଗଳବାର, ଗୁରୁବାର, ରବିବାର ଦିନ ସନ୍ଧ୍ୟା ୫ଟା୩୦ ରେ ଛାଡିବ । ଏହା ଭୁବନେଶ୍ୱର ଓ କୋରାପୁଟ ମଧ୍ୟରେ କଟକ, ଢେଙ୍କାନାଳ, ମେରାମଣ୍ଡଳୀ, ତାଳଚେର ରୋଡ, ଅନୁଗୂଳ, ବୋଇଣ୍ଡା, ରେଢାଘୋଲ, ସମ୍ବଲପୁର, ହୀରାକୁଦ, ବରଗଡ ରୋଡ, ବରପାଲି, ଡୁଙ୍ଗୂରିପାଲି, ଲୋଇସିଂହା, ବଲାଙ୍ଗୀର, ବଡମାଳ, ଟିଟିଲାଗଡ, କେସିଙ୍ଗା, ମୁନିଗୁଡା, ଥେରୁବାଲି, ରାୟଗଡା, ଟିକିରି, ଲକ୍ଷ୍ମୀପୁର, କାକରିଗୁମା, ବାଇଗୁଡା, ଓ ଦାମନଯୋଡି ଷ୍ଟେସନରେ ରହଣି କରିବ । ରେଳବାଇ ରିଜର୍ଭେସନ କାଉଣ୍ଟର ଓ ଆଇଆରସିଟିସି ୱେବ ସାଇଟ ମାଧ୍ୟମରେ ଟିକେଟ୍ ବୁକ କରିହେବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular