ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଏସବିଆଇ ଏଟିଏମ ଲୁଟ୍ ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଏହା ପୂର୍ବରୁ ପୂର୍ବରୁ ପୁଲିସର ସ୍ୱତନ୍ତ୍ର ଟିମ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଟଙ୍କା ଓ କିଛି ସାମଗ୍ରୀ ଜବତ କରିଥିଲା । ତେବେ ଏହି ଲୂଟ ଘଟଣାର ଫେରାର ଥିବା ମୁଖ୍ୟ ଅଭିଯୁକ୍ତକୁ ପୁଲିସ ବାଲେଶ୍ୱର ଅଂଚଳରୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଲୁଟେରାର ନାଁ କୁ ତଦନ୍ତ ଦୃଷ୍ଟିରୁ ପୁଲିସ ପ୍ରକାଶ କରୁନାହିଁ । ତେବେ ଗିରଫ ଲୁଟେରା ଠାରୁ ପୁଲିସ ନଗଦ ୫ଲକ୍ଷ ୮୨ହଜାର ୪ଶହ ଟଙ୍କା ଉଦ୍ଧାର କରିଛି ।
ଏହା ବ୍ୟତୀତ ମୁଖ୍ୟ ଅଭିଯୁକ୍ତଠୁ ବିଭିନ୍ନ ଦାମୀ କମ୍ପାନୀର ସ୍ମାର୍ଟଫୋନ ଏବଂ ତିନୋଟି କିପ୍ୟାଡ ଫୋନ ମଧ୍ୟ ଜବତ ହୋଇଛି। ୧ ଲକ୍ଷ ୧୫ ହଜାର ୭ ଶହ ଟଙ୍କାର ୨୦.୨୫୦ ଗ୍ରାମର ସୁନା ଚେନ , ଲକେଟ୍ ଓ ଟପ୍ ଜବତ କରାଯାଇଛି। ଏହି ଗିରଫ ଅଭିଯୁକ୍ତ ଜଣେ ହାର୍ଡ କୋର ଲୁଟେରା ଓ ତା ନାଁ ରେ ବାଲେଶ୍ୱର ଭଦ୍ରକ ଆଦି ଜିଲ୍ଲାରେ ୨୫ରୁ ଉର୍ଦ୍ଧ୍ଵ ଚୋରି, ଲୁଟ୍ ଓ ଡକାୟତି ଆଦି ସଙ୍ଗୀନ ମାମଲା ରହିଥିବା ଆଜି ଢେଙ୍କାନାଳ ଏସ ପି ପ୍ରକାଶ କରିଛନ୍ତି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0