କଳାହାଣ୍ଡି : ଗୁରୁବାର ରାତି ୧୦ଟା ବେଳେ ୨ଟି ବାଘ ଛୁଆ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ପରିସରରେ ବୁଲୁଥିବା ଚିତ୍ର ଥାନାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଗତ କିଛି ଦିନ ତଳେ ଆମପାଣି ଘାଟିରେ ଏକ କଲରା ପତରିଆ ବାଘ ଦେଖିବାକୁ ମିଳିଥିଲା । ଏହାପରେ ଆମପାଣି ଘାଟି ସାହାଜଖୋଲ ଜଙ୍ଗଲରେ ବାଘ ଥିବା ପ୍ରମାଣିତ ହୋଇଛି । ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଘଟଣା ପରେ ବନ ବିଭାଗର ଏକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0