ଲାହୋର: ଭାରତର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସ୍ୱଦେଶ ଫେରିବା କଥାକୁ କହି ଚର୍ଚ୍ଚାରେ ଏବେ ପାକିସ୍ଥାନି ନେତା ଅୟାଜ ସାଦିକ । ପାକିସ୍ଥାନର ସୂଚନାମନ୍ତ୍ରୀ ଶିବଲି ଫରାଜ ସାଦିକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ଏନେଇ ପାକିସ୍ଥାନର ଗୃହମନ୍ତ୍ରୀ ଇଜାଜ ଶାହ ପ୍ରତିକ୍ରିୟା ରଖି କହିଛନ୍ତି, ପାକିସ୍ଥାନ ସରକାରଙ୍କୁ ସାଦିକ ବିରୁଦ୍ଧରେ ସମ୍ବିଧାନର ଧାରା-୬ ଲଗାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅନେକ ଲୋକ ଦାବି କରୁଛନ୍ତି । ତେବେ ଏନେଇ ଇମରାନ ଖାନଙ୍କ ସରକାର ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0