ଦେଶରେ କରୋନା ଭାଇରସର ପୁଣି ଥରେ ଭୟଙ୍କର ରୂପ ଧାରଣ କଲାଣି। ଗତ ୨୪ ଗଣ୍ଟାରେ ରାଜ୍ୟରେ ୨୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାମଧ୍ୟରୁ ୭୦ ପ୍ରତିଶତ ଆକ୍ରାନ୍ତ କେବଳ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି। ଏହାସହ ଦେଶରେ ୨୪ ଘଣ୍ଟାରେ ୧୨୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ୧୭ ହଜାର ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ସ୍ଥିତି ବିଗିଡିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଏଠାରୁ ୧୩ ହଜାର ୬୫୯ଟି ନୂଆ କେସ୍ ସାମ୍ନାକୁ ଆସିଛି। ଏହି ସଂଖ୍ୟା ଋଷ, ବ୍ରିଟେନ, ସ୍ପେନ୍ ଓ ଜର୍ମାନୀରେ ସାମ୍ନାକୁ ଆସିଥିବା ନୂଆ ମାମଲାରୁ ଅଧିକ। ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୧୨ ଲକ୍ଷରୁ ଅଧିକ ରହିଛି।ଏବେସୁଦ୍ଧା ୧ ଲକ୍ଷ ୫୮ ହଜାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାସହ ୧ ଲକ୍ଷ ୫୭ ହଜାର ଆକ୍ଟିଭ୍ କେସ୍ ରହିଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0