spot_img

ଅଗଷ୍ଟ ୧୬ରୁ ବୈଷ୍ଣୋଦେବୀ ଯାତ୍ରା ଅରମ୍ଭ

ନୂଆଦିଲ୍ଲୀ: ଅଗଷ୍ଟ ମାସ ୧୬ ତାରିଖରୁ ମାତା ବୈଷ୍ଣୋଦେବୀଙ୍କ ଯାତ୍ରା ଆରମ୍ଭ ହେବାକୁ ଯାଉଛି । କରୋନା ସଂକ୍ରମଣ ଯୋଗୁଁ ଗତ ୫ ମାସ ଧରି ବୈଷ୍ଣୋଦେବୀ ପୀଠ ବନ୍ଦ ରଖାଯାଇଥିଲା । ତେବେ ଅଗଷ୍ଟ ୧୬ରୁ ବୈଷ୍ଣୋବଦେବୀ ଯାତ୍ରୀ ପୁନର୍ବାର ଆରମ୍ଭ କରିବାକୁ ଜମ୍ମୁ-କାଶ୍ମୀର ପ୍ରଶାସନ ଘୋଷଣା କରିଛନ୍ତି । ବୈଷ୍ଣୋବଦେବୀ ମନ୍ଦିର ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ମନ୍ଦିରକୁ ନିୟମିତ ବ୍ୟବଧାନରେ ସାନିଟାଇଜ୍ କରାଯିବା ସହ କରୋନା ଗାଇଡଲାଇନ୍ ନିୟମ ମାନି ଯାତ୍ରା ପାଳନ କରାଯିବ ବୋଲି ମନ୍ଦିର ବୋର୍ଡ ପକ୍ଷରୁ କୁହାଯାଇଛି । ଅନଲାଇନ ଜରିଆରେ ଭକ୍ତ ଓ ତୀର୍ଥଯାତ୍ରୀଙ୍କର ରେଜିଷ୍ଟ୍ରେସନ କରାଯିବାକୁ ମନ୍ଦିର ବୋର୍ଡ ନିଷ୍ପତ୍ତି ନେଇଛି । ଭକ୍ତ ମାନେ ମୁହଁରେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରକ୍ଷା କରି ମନ୍ଦିରକୁ ଆସିପାରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular