ଜୟପୁର: ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଇନ୍ଦ୍ରଜିତ୍ ମହାନ୍ତି କୋରାନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ତାଙ୍କର ସ୍ୱାବ ନାମୁନା ରିପୋର୍ଟ ପଜିଟିଭ୍ ଆସିଥିବା ସୂଚାନ ମିଳିଛି । ଏ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଶନିବାର ଦିନ ଏକ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି । ସୂଚନା ମୁତାବକ, ହାଇକୋର୍ଟର ପାଞ୍ଚ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହେବାର ଗୋଟିଏ ଦିନ ପରେ ମୁଖ୍ୟ ବିଚାରପତି ଇନ୍ଦ୍ରଜିତ୍ ମହାନ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି । ଗତ ଶନିବାର ଦିନ ଜଷ୍ଟିସ ମାହାନ୍ତି କୋର୍ଟର ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଯେଉଁଥିରେ ବିଚାରପତି , ନ୍ୟାୟିକ ଅଧିକାରୀ ଏବଂ ପ୍ରାୟ ୧୦୦ ଜଣ ଓକିଲ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲୋକଙ୍କୁ ନିଜର ସ୍ୱାବ ନମୁନା ପରୀକ୍ଷା କରିବାକୁ ଅଧିକାରୀମାନେ ଅନୁରୋଧ କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0