spot_img

ହିମସ୍ଖଳନରେ ଜଣେ ଯବାନ ଶହୀଦ, ୨ ଯବାନ ଆହତ

ଶ୍ରୀନଗର: ଜମ୍ମୁ- କାଶ୍ମୀର କୁପୱାରା ଜିଲ୍ଲାରେ ହିମସ୍ଖଳନରେ ଜଣେ ଯବାନ ଶହୀଦ୍ ହୋଇଛନ୍ତି । ଏହି ଘଟଣାରେ ଅନ୍ୟ ଦୁଇଜଣ ଯବାନ ଆହତ ହୋଇଛନ୍ତି । ଆହତହ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବେସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ପକ୍ଷରୁ ବୁଧବାର ସୂଚନା ମିଳିଛି । ମଙ୍ଗଳବାର ରାତ୍ରୀ ପ୍ରାୟ ୮ଟା ସମୟରେ ତଙ୍ଗଧଶଣ ନିକଟରେ ଥିବା ରୋଶନ ପୋଷ୍ଟଠାରେ ହିମସ୍ଖଳନ ହୋଇଥିଲା । ବରଫ ତଳେ ଯବାନମାନେ ଚାପି ହୋଇ ରହିଯାଇଥିଲେ । ପରେ ଖବର ପାଇ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular