ଅଟକିଲା ଏକାମ୍ରକାନନ ଫାର୍ମ ଜମି ହସ୍ତାନ୍ତର ପ୍ରକ୍ରିୟା । ଚାରିଆଡୁ ବିରୋଧ ପରେ ନିଷ୍ପତ୍ତି ବଦଳାଇଲେ ସରକାର ।ଏକାମ୍ରକାନନ ଫାର୍ମର ମୋଟ ୨୫ ଦଶମିକ ୯୬୭ ଏକର ଜମିଥିବା ବେଳେ ସେଥିରୁ ୨୦ ଦଶମିକ ୧୯୨ ଡେସିମିଲି ଜମି ହସ୍ତାନ୍ତର ପ୍ରକ୍ରିୟାକୁ ବର୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ଫାର୍ମର ରକ୍ଷଣାବେକ୍ଷଣ କାମ ପୂର୍ବଭଳି ହେବ। ଏନେଇ ସହକାରୀ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ। ପୂର୍ବରୁ ଏକାମ୍ରକାନନ ଫାର୍ମର ୨୦ ଦଶମିକ ୧୯୨ ଏକର ଜମି ସାଧାରଣ ପ୍ରଶାସନ ବିଭାଗକୁ ସେପେଟମ୍ବର ମାସରେ ହସ୍ତାନ୍ତର କରିବାକୁ ଫାର୍ମର ସହକାରୀ ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଥିଲା । ଏହାକୁ ନେଇ ଆନ୍ଦୋଳନ କରିବାକୁ ବିରୋଧୀ ଦଳ ଚେତାବନୀ ଦେଇଥିଲେ । ଏପରିକି ଏ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ବି ଦାୟର ହୋଇଥିଲା ।
ଏହି ଫାର୍ମ ସହ ପୂର୍ବର୍ତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଓ ବିଜୁ ପଟ୍ଟନାୟକଙ୍କ ଅନେକ ସ୍ମୃତି ରହିଛି । ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଠାକୁ ଅନେକ ଥର ଆସୁଥିଲେ । କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଏହି ଫାର୍ମର ଜମିକୁ ରାସ୍ତା ସଂପ୍ରସାରଣ ଓ ମାର୍କେଟ କମ୍ପେ୍ଲକ୍ସ ପାଇଁ ଅଧିଗ୍ରହଣ କରାଯାଇଥିଲା । ଏହାକୁ ବିଭିନ୍ନ ମହଳରୁ ବିରୋଧ ହେବା ପରେ ନିଷ୍ପତି ବଦଳାଇଲେସରକାର ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0