ନୂଆଦିଲ୍ଲୀ: ‘ଏସଭିଏମଆଇଟିଭିଏ’ ଯୋଜନା ମାଧ୍ୟମରେ ଜମି ମାଲିକମାନେ ଉପକୃତ ହେବେ । ଏବେ ସେମାନେ ନିଜ ପାଖରେ ଜମିବାଡି ସମ୍ବନ୍ଧୀୟ କାଗଜପତ୍ର, ଦସ୍ତାବିଜ ତଥା କବଲା ରଖିବା ଦରକାର ପଡିବନି । କାରଣ ଏହି ଯୋଜନା ମାଧ୍ୟମରେ ସରକାର ଆଧାର କାର୍ଡ ପରି ଏକ କାର୍ଡ ଜମି ମାଲିକମାନଙ୍କୁ ଦେବେ । ଯେଉଁଥିରେ ଆପଣଙ୍କ ସମ୍ପତ୍ତିର ସମସ୍ତ ବିବରଣୀ ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ରବିବାର ୭୬୩ ଗାଁର ୧୩୨,୦୦୦ ଲୋକଙ୍କୁ ସମତ୍ତିର ବିବରଣୀ ଥିବା କାର୍ଡ ପ୍ରଦାନ କରିବେ। ଡ୍ରୋନ ସାହାଯ୍ୟରେ ସମ୍ପତ୍ତିର ବିବରଣୀ ନିଆଯାଇ ଏହି କାର୍ଡରେ ସ୍ଥାନିତ କରାଯାଇଥିବା ଜଣା ପଡ଼ିଛି। ଏହି ସୁବିଧା ଦ୍ବାରା ବର୍ଷ ବର୍ଷ ଧରି ଚାଲିଥିବା ସମ୍ପତ୍ତି ବିବାଦର ଅନ୍ତ ଘଟିବ ବୋଲି ଆଶା କରାଯାଉଛି। ଏସଭିଏମଆଇଟିଭିଏ ଯୋଜନା ଅଧିନରେ ଏହି ସୁବିଧା ଜମି ମାଲିକମାନଙ୍କୁ ଦେଉଛନ୍ତି ସରକାର। ମ୍ୟାପିଂ କାମ ଏପ୍ରିଲ୍ ୨୪ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ ହୋଇଥିବା “ଏସଭିଏମଆଇଟିଭିଏ” ପ୍ରକଳ୍ପ ଅଧୀନରେ ଆରମ୍ଭ ହେବ ଏବଂ ୨୦୨୪ସୁଦ୍ଧା ୬.୪୦ ଲକ୍ଷ ଗାଁର ସମସ୍ତ ଜନବହୁଳ ଅଞ୍ଚଳକୁ ମ୍ୟାପିଂ କରାଯିବ। ସମ୍ପତ୍ତି କାର୍ଡ ଦିଆଯାଉଥିବା ୭୬୩ଟି ଗାଁ ମଧ୍ୟରେ, ହରିୟାଣାରୁ ୨୨୧, କର୍ଣ୍ଣାଟକରୁ ୨ଟି, ମହାରାଷ୍ଟ୍ରରୁ ୧୦୦, ମଧ୍ୟ ପ୍ରଦେଶରୁ ୪୪, ଉତ୍ତର ପ୍ରଦେଶରୁ ୩୪୬ ଏବଂ ଉତ୍ତର ପ୍ରଦେଶର ୫୦ଟି ଗାଁର ଲୋକ ଏହି କାର୍ଡ ପାଇବେ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0