ବାଲିଆପାଳ ବ୍ଲକ ଡଗରା ବଡ ଗୋମୁଟି ଛକ ଠାରେ ସୁବର୍ଣ୍ଣ ରେଖା ବନ୍ଦର କର୍ତ୍ତୃ ପକ୍ଷ ବାଲିଆ ପାଳ ତହସିଲଦାରଙ୍କ ସହିତ ବନ୍ଦର ହେବା ସ୍ଥାନକୁ ପରିଦର୍ଶନ ପାଇଁ କେନ୍ଦ୍ରୀୟ ଟିମ ସହିତ ୨ ପ୍ଲାଟୂ ନ କୁ ଭିଟାମାଟି ସୁରକ୍ଷା କମିଟି ତରଫରୁ ବିରୋଧ !ଘଟଣା ସ୍ଥଳରେ ଉତ୍ତେଜନା ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ! ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ କଙ୍କଡ଼ାପାଳ ମୁହାଣ ଠାରେ ହେବାକୁ ଥିବା ସୁବର୍ଣ୍ଣ ରେଖା ବନ୍ଦରକୁ ସ୍ଥାନୀୟ ଭିଟାମାଟି ସୁରକ୍ଷା କମିଟି ତରଫରୁ ବିରୋଧ କରି ଆସୁଥିଲେ ! ଭିଟାମାଟି ସୁରକ୍ଷା କମିଟି ତରଫରୁ ଜନଶୁଣାଣି ଓ ଲୋକମାନଙ୍କ ସହିତ ଆଲୋଚନା ନ କରି ସମାଧାନର ବାଟ ଫିଟାଇବାକୁ ଚାହୁଁ ଥିଲା ବେଳେ ଆଜି ଅପରାହ୍ନ ସମୟରେ ଆତର୍କିତ ଭାବରେ ବନ୍ଦର କର୍ତ୍ତୃ ପକ୍ଷ ଏବଂ ବାଲିଆପାଳ ତହସିଲଦାର ପଂଚାୟତ ମଧ୍ୟରେ ପ୍ରବେଶ କରିବା ସମୟରେ ଭିଟାମାଟି ସୁରକ୍ଷା କମିଟିର ଶତାଧିକ ମହିଳା ଓ ପୁରୁଷ ଡଗରା ବଡ଼ ଗୋମୁଟି ଛକ ଠାରେ ବିକ୍ଷୋବସହିତ ଅଟକ ରଖିଥିଲେ ! ଖବର ପାଇ ବାଲିଆପାଳ ଥାନା ଆଇ .ଆଇ .ସି ଦୁଇ ପ୍ଲାଟୁନ ଫୋର୍ସ ସହିତ ଘଟଣା ସ୍ଥଳରେ ପହଁଚି ଲୋକ ମାନଙ୍କ ସହିତ ବୁଝାସୁଝା କରି ଥିଲେ ମଧ୍ୟ ଲୋକମାନେ ହଟି ନ ଥିଲେ !ଶେଷରେ ବନ୍ଦର କର୍ତ୍ତୃପକ୍ଷ୍ୟ ଫେରି ଯାଇଥିଲେ



Visitors Today : 3
Total Visitors : 130169
Total Views : 9891615
Visitors Online Now : 0