spot_img

ଜୟଦେବ ନିର୍ବାଚନମଣ୍ଡଳୀରେ ବିଜେଡି ଗୋଷ୍ଠୀ କନ୍ଦଳ

ବାଲିଅନ୍ତା: ଜୟଦେବ ନିର୍ବାଚନମଣ୍ଡଳୀ ବିଜେଡି ଗୋଷ୍ଠୀ କନ୍ଦଳ ଏବେ ପଦାରେ ପଡିଛି । ସ୍ଥାନୀୟ ବିଜେଡି ସଂଗଠନ ଦୁଇ ଭାଗରେ ବିଭକ୍ତ ହୋଇଛି । ବିଧାୟକଙ୍କ ସମର୍ଥିତ ଗୋଷ୍ଠୀ ଏବଂ ସ୍ୱଚ୍ଛାସେବୀ ଅନୁଷ୍ଠାନ ଆମ ସଂଗଠନ ସମର୍ଥିତ ଗୋଷ୍ଠୀରେ ଏହା ବିଭକ୍ତ ହୋଇଛି । ବାଲିଅନ୍ତା ଓ ବାଲିପାଟଣା ବ୍ଲକ ଯୁବ ସଭାପତିଙ୍କ ନାମ ଘୋଷଣା ହେବା ପରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଏକ ପ୍ରକାର ବିଦ୍ରୋହ ହୋଇଛି । ଆମ ସଂଗଠନ ସମର୍ଥିତ ଦୁଇ ଯୁବକଙ୍କୁ ବିଜେଡି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ଯୁବ ସଭାପତି ଭାବେ ମନୋନୀତ କରାଯାଇଛି । ଗତ୭ ତାରିଖରେ ଦଳୀୟ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶିତ ବଜ୍ଞପ୍ତି ଅନୁସାରେ ପ୍ରଦୀପ କୁମାର ମହାନ୍ତିଙ୍କୁ ବାଲିଅନ୍ତା ବ୍ଲକ ଯୁବ ବିଜେଡି ସଭାପତି ଓ ନିରଞ୍ଜନ ଜେନାଙ୍କୁ ବାଲିପାଟଣା ବ୍ଲକ ଯୁବ ସଭାପତି ଭାବେ ଚୟନ କରାଯାଇଛି । ସେହିପରି ନିକଟରେ ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲିଙ୍କ ସମର୍ଥିତ ସଂଜିତ କୁମାର ପାତ୍ର ବାଲିଅନ୍ତା ବ୍ଲ କ ବିଧାୟକଙ୍କ ଯୁବ ପ୍ରତିନିଧି ଓ ରଞ୍ଜିତ କୁମାର ଜେନାଙ୍କୁ ବାଲିପାଟଣା ବ୍ଲକ ଯୁବ ପ୍ରତିନିଧି ଭାବେ ମନୋନୟନ କରାଯାଇଛି । ଏଭଳି ସ୍ଥିତିରେ ଜୟଦେବ ନିର୍ବାଚନ ମଣ୍ଡଳୀର ଯୁବ ନେତୃତ୍ୱ କାହା ହାତରେ ସେ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉନି । ଏଠି ପ୍ରଶ୍ନ ଉଠୁଛି ଜୟଦେବ ନିର୍ବାଚନ ମଣ୍ଡଳୀର ଯୁବ ବର୍ଗ ବିଧାୟକଙ୍କ ପ୍ରତିନିଧଙ୍କୁ ସମର୍ଥନ କରିବେ ନା ଯୁବ ସଭାପତିଙ୍କ ନେତୃତ୍ୱକୁ ସମର୍ଥନ କରି କାର୍ଯ୍ୟ କରିବେ ସେ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular