ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ପ୍ରସିଦ୍ଧ ହୋଇଥିବା ‘ବାବା କା ଢ଼ାବା’ ମାଲିକ ୮୦ ବର୍ଷ ବୟସ୍କ କାନ୍ତା ପ୍ରସାଦ ଦିଲ୍ଲୀ ମାଲବୀୟ ନଗରରେ ଏକ ନୂଆ ରେସ୍ତୋରାଁ ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ ନୂଆ ରେସ୍ତୋରାଁ ଆରମ୍ଭ କରି ସେ ବହୁତ ଖୁସି ଅଛନ୍ତି। ଲୋକେ ତାଙ୍କୁ ସାହାଯ୍ୟ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବାବା ନିଜର ନୂଆ ରେସ୍ତୋରାଁରେ ଇଣ୍ଡିଆନ ଓ ଚାଇନିଜ ବ୍ୟଞ୍ଜନ ପ୍ରସ୍ତୁତ କରୁଛନ୍ତି। କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ବାବାଙ୍କ ଢ଼ାବା ବନ୍ଦ ହୋଇଯାଇଥିଲା। ସେ ଓ ତାଙ୍କ ସ୍ତ୍ରୀ ବହୁତ କଷ୍ଟରେ ଜୀବନ ବିତାଉଥିଲେ। ସଂକ୍ରମଣ ଭୟରେ ତାଙ୍କ ଢ଼ାବାକୁ ଲୋକେ ଆସୁନଥିଲେ।
କିନ୍ତୁ ୟୁଟ୍ୟୁବର ଗୌରଭ ଭାଶନଙ୍କ ଯୋଗୁଁ ସେ ରାତାରାତି ପ୍ରସିଦ୍ଧ ହୋଇଗଲେ। ଗୌରଭ ନିଜ ୟୁଟ୍ୟୁବ ଚାନେଲରେ କାନ୍ତା ପ୍ରସାଦଙ୍କ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓ ସୋସିଆଲ ମିଡ଼ିଆରେ ନିଆଁ ଭଳି ଖେଳିଗଲା ଓ ସକାଳ ହେଉ ହେଉ ଢ଼ାବା ସାମ୍ନାରେ ଲୋକଙ୍କ ଭିଡ ଜମିଗଲା।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0