spot_img

ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ବାବୁଲ ସୁପ୍ରିଓ

ନୂଆଦିଲ୍ଲୀ ୧୯।୧୦: ଆସାନସୋଲ ବିଜେପି ସାଂସଦ ବାବୁଲ ସୁପ୍ରିଓ ମଙ୍ଗଳବାର ଲୋକସଭା ବାଚସ୍ପତିଙ୍କୁ ଭେଟି ସଂସଦ ସଦସ୍ୟତା ଆନୁଷ୍ଠାନିକ ଭାବେ ତ୍ୟାଗ କରିଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଲୋକସଭା ବାଚସ୍ପତି ଓମବିରଳାଙ୍କୁ ଧରାଇ ଦେଇଛନ୍ତି। ବିଜେପି ଟିକେଟରେ ସେ ଦୁଇ ଥର ଏହି ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ। ତେବେ ଗତମାସରେ ସେ ବିଜେପି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେବା ପରେ ସଂସଦ ସଦସ୍ୟତା ତ୍ୟାଗ କରିବେ ବୋଲି ଲୋକସଭା ବାଚସ୍ପତିଙ୍କୁ ପତ୍ର ଲେଖି ଜଣାଇଥିଲେ। ତାଙ୍କ ପ୍ରତି ବିଶ୍ୱାସ ବ୍ୟକ୍ତ କରିଥିବାରୁ ବାବୁଲ ସୁପ୍ରିଓ ତାଙ୍କ ପୁରୁଣା ଦଳ ବିଜେପି ପ୍ରତି କୃତଜ୍ଞତା ଜଣାଇଛନ୍ତି।ସଂସଦ ଭବନକୁ ଯାଇ ଲୋକସଭା ବାଚସ୍ପତି ଓମ ବିରଳାଙ୍କୁ ଭେଟିବା ପରେ ବାବୁଲ ସୁପ୍ରିଓ ଗଣମାଧ୍ୟମକୁ ଭେଟିଛନ୍ତି।  ଏହି ଅବସରରେ ସେ ବିଜେପିରୁ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ବୋଲି କହିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାର୍ଚି ସଭାପତିଙ୍କୁ ତାଙ୍କ ଉପରେ ବିଶ୍ୱାସ ସ୍ଥାପନା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସେ ରାଜନୀତିରୁ ସମ୍ପୂର୍ଣ୍ଣ ବାହାରକୁ ଚାଲିଯିବାକୁ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି। ଏଣୁ ପାର୍ଟିର ସଦସ୍ୟ ନଥିବାରୁ ସାଂସଦ ଆସନ ରଖିବା ଉଚିତ ହେବନି। ଏଣୁ ଆସି ସଂସଦ ସଦସ୍ୟତା ମଧ୍ୟ ଛାଡି ଦେଲି ବୋଲି କହିଛନ୍ତି।

ବାବୁଲ ସୁପ୍ରିଓ ତୃଣମୂଳ କଂଗ୍ରେସ୍‌ରେ ଯୋଗ ଦେବାର ୨ ଦିନ ପରେ ଗତ ସେପ୍ଟେମ୍ବର ୨୦ ତାରିଖ ଦିନ ଲୋକସଭା ବାଚସ୍ପତି ଓମ ବିରଳାଙ୍କୁ ପତ୍ର ଲେଖି ସାଂସଦ ପଦରୁ ଔପଚାରିକ ଇସ୍ତଫା ପ୍ରଦାନ ନିମନ୍ତେ ତାଙ୍କୁ କିଛି ଦିନ ସମୟ ଦେବାକୁ ନିବେଦନ କରିଥିଲେ। ଏଣୁ ନିର୍ଦ୍ଧିଷ୍ଠ ସମୟ ସୀମା ମଧ୍ୟରେ ସେ ସଂସଦ ଭବନ ଆସି ସାଂସଦ ସଦସ୍ୟତା ତ୍ୟାଗ କରିଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular