ନୂଆଦିଲ୍ଲୀ : ବିବାହର ମାତ୍ର ୩ ମାସ ପରେ ମାଆ ହେଲେ ମହିଳା, ଚିନ୍ତାରେ ସ୍ୱାମୀ, କୋର୍ଟରେ ମାଗିଲେ ନ୍ୟାୟ । ଏପରି ଘଟଣା ଘଟିଛି ଉତ୍ତର ପ୍ରଦେଶର ଗାଜିଆବାଦରେ ।
ସୂଚନାନୁସାରେ, ଗତ ମାର୍ଚ୍ଚ ୧୮ରେ ଗାଜିଆବାଦ ଲୋହିୟାନଗରରେ ରହୁଥିବା ଜଣେ ଯୁବତୀ ମୋହନ ନଗରର ଜଣେ ଯୁବକଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ପରେ ଯୁବତୀଙ୍କ ପେଟ ବଢିବାକୁ ଲାଗିଥିଲା । ସ୍ୱାମୀ ଏନେଇ ପଚାରିବାରୁ ସ୍ତ୍ରୀ ଗ୍ୟାଷ୍ଟ୍ରିକ୍ ସମସ୍ୟା କହିଥିଲେ । ଏହି ଘଟଣାକୁ ସ୍ୱାମୀ ଭୁଲି ଯାଇଥିଲେ । କିନ୍ତୁ ଅଲଟ୍ରାସାଉଣ୍ଡରେ ସବୁ ସତ ଧରା ପଡିଯାଇଥିଲା । ଏହାପରେ ସ୍ତ୍ୱାମୀ ଥାନାରେ ଅଭିଯୋଗ କରିବା ସହ ପତ୍ନୀ ଓ ତା ପରିବାର ଲୋକଙ୍କ ବିରୋଧରେ ଠକେଇ ଓ ଧୋକା ଦେଇଥିବା ଅଭିଯୋଗ ଆଣିଥିଲେ ।
ମହିଳା ଥାନାରେ ସ୍ୱାମୀ ଦେଇଥିବା ଅଭିଯୋଗ ଅନୁସାରେ, ବିବହର ଗୋଟିଏ ମାସ ପରେ ସ୍ତ୍ରୀ ଗର୍ଭବତୀ ଥିବା କହିଥିଲେ । ଏଥିରେ ସେ ଖୁସି ହୋଇଯାଇଥିଲେ । ଡାକ୍ତରଙ୍କୁ ଫୋନରେ ସମସ୍ୟା ପଚାରିଥିଲେ । କିନ୍ତୁ ଜୁନ ୨୫ରେ ଚେକଅପ୍ କରିବା ପାଇଁ ଡାକ୍ତର ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ଡାକ୍ତରଖାନା ଡାକିବା ପରେ ସବୁ ଗୁମର ଖୋଲିଥିଲା ।
ଡାକ୍ତର କହିଥିଲେ ଯେ, ଗର୍ଭସ୍ଥ ସନ୍ତାନ ୮ ମାସରୁ ଅଧିକ ସମୟ ହେବ ପେଟରେ ରହିଛି । ସେତେବେଳେ ଉଭୟଙ୍କ ବିବାହ ମାତ୍ର ୩ ମାସର ହୋଇଥିଲା । ଏହାପରେ ସ୍ୱାମୀ ମହିଳାଙ୍କୁ ପ୍ରଶ୍ୱ କରିବା ଆରମ୍ଭ କରିଦେଇଥିଲେ । ଛୁଆ କାହାର ବୋଲି ପଚାରିଥିଲେ । ଏହାସହ ତାଙ୍କୁ ଶାଶୂ ଘରେ ଛାଡିଦେଇଥିଲେ । ଜୁନ ୨୬ରେ ମହିଳା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ।
ସ୍ୱାମୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସହ ଧୋକା ହୋଇଛି । ଏବେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅନ୍ୟପଟେ ମହିଳା ଚିନ୍ତାରେ ରହିଥିହା ଜଣାପଡିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0