ପୁରୀ ୨୬।୮: ଗୁରୁବାର ପୁରୀ ଗସ୍ତରେ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାକୁ କିଭଳି ଅଧିକ ସୁବ୍ୟବସ୍ଥିତ କରାଯାଇ ପାରିବ ସେ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ଏଥି ସହିତ ସେବାୟତଙ୍କ ସହ ମଧ୍ୟ ଆଲୋଚନା କରି କ’ଣ ସବୁ ସମସ୍ୟା ରହିଛି ସେ ନେଇ ପଚାରି ବୁଝିଛନ୍ତି।

ସେପଟେ ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁବାର ବୈଠକ ଥିବାବେଳେ ମୁଖ୍ୟ ଶାସନ ସଚିବ କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଥିବା ହେତୁ ଉକ୍ତ ବୈଠକରେ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡିଛି ।

ଶ୍ରୀମନ୍ଦିର ନୂତନ ପରିଚାଳନା କମିଟିର ଗୁରୁବାର ପ୍ରଥମ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ହେରିଟେଜ କରିଡର, ସେବାୟତ କଲ୍ୟାଣ, ନୂତନ ସବ୍ କମିଟି ଗଠନ ନେଇ ବୈଠକରେ ଆଲୋଚନା ହେବ । ଏହାଛଡା ଗତ ରଥଯାତ୍ରାର ସମୀକ୍ଷା ହେବା ସହ ଗୁରୁକୁଳ ନିର୍ମାଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0