ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଲାଉଗଡ ଗ୍ରାମ ନିକଟ ଧାନ କ୍ଷେତରେ ଗତକାଲି କାଦୁଅରେ ପଡି ଏକ ଦେଢ ମାସର ହାତୀ ଛୁଆ ମୃତ୍ଯୁବରଣ କରିଥିବା ଜଣାପଡିଛି । ଏକ ୧୩ ଟିକିଆ ହାତୀ ପଲ ଧାନ ଖାଉଥିବ ସମୟରେ ଏକ ହାତୀ ଛୁଆ କାଦୁଅରେ ଲାଗିଗଲା । ହାତୀ ମାନଙ୍କ ରଡି ଶୁଣି ଗ୍ରାମବାସୀ ଏବଂ ବନ କର୍ମଚାରୀମାନେ ପହଞ୍ଚି ହାତୀ ଛୁଆକୁ ବହୁ ଚେଷ୍ଟା କରି କାଢିବା ସମୟରେ ହାତୀଟିର ମୃତ୍ଯୁ ହୋଇଥିଲା । ବନ କର୍ମଚାରୀ ହାତୀକୁ ଏକ ଗାଡି ଯୋଗେ ଆଣି ସଢିଙ୍ଗିପୋଲ୍ଲୀ ଫରେଷ୍ଟ ଅଫିସରେ ରଖି ପଶୁ ଡାକ୍ତରଙ୍କ ମାଧ୍ୟମରେ ବ୍ୟବଛେଦ କରିଛନ୍ତି । ଏହାର ତଦନ୍ତ ହେବ ବୋଲି ଆସିକା ରେଞ୍ଜର କହିଛନ୍ତି । ତେବେ ଅନ୍ୟ ହାତୀ ମାନେ ଦିଗପହଣ୍ଡି ଜଙ୍ଗଲ ମୁହାଁ ହୋଇଛନ୍ତି।



Visitors Today : 6
Total Visitors : 130181
Total Views : 9891632
Visitors Online Now : 0