spot_img

ଭିଜିଲାନ୍ସ ଜାଲରେ ICDS ସୁପରଭାଇଜର ରାଧାରାଣୀ ଦେଈ

କଳାହାଣ୍ଡି :  ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ICDS ସୁପରଭାଇଜର ରାଧାରାଣୀ ଦେଈ । ଚଢାଉ ବେଳେ ଘରୁ ୨ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା କୁଟ୍ରୃଖମାର ସେକ୍ଟର ICDS ସୁପରଭାଇଜର ରାଧାରାଣୀ ଦେଈ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।  ଭବାନୀପାଟଣା ବ୍ଲକ କୁରୁମାଚୁଆଁର ଅଙ୍ଗନବାଡି କର୍ମୀ ସୀମନ୍ତିନୀ ନାଏକଙ୍କଠାରୁ ଅକ୍ଟୋବର,  ନଭେମ୍ବର ଓ ଡିସେମ୍ବର ମାସର ଅଣ୍ଡା ଓ ପନିପରିବାର ବିଲ୍ ପାସ୍ ପାଇଁ ପିସି ବାବଦକୁ ୧୦ହଜାର ଟଙ୍କା ଦାବି କରିଥିଲେ । ଏନେଇ କୋରାପୁଟ ଜୟପୁର ଭିଜିଲାନ୍ସର ନୂଆପଡା ଡିଭିଜନ ଭିଜିଲାନ୍ସ ବିଭାଗରେ  ଅଭିଯୋଗ ହୋଇଥିଲା । ମଙ୍ଗଳବାର ତାଙ୍କ ଭବାନୀପାଟଣା ଭଡା ଘରେ ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ନୂଆପଡା  ଭିଜିଲାନ୍ସ ଡିଭିଜନ ଟିମ୍ ଯୋଜନା ମୁତାବକ ତାଙ୍କୁ ଧରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular