କେନ୍ଦୁଝର: ହୃତପିଣ୍ଡ ରୋପଣ ପରେ ନିଜ ଜନ୍ମମାଟିକୁ ଫେରିଲା ବାଦଲ । କେନ୍ଦୁଝରର ଘଟଗାଁ ବ୍ଲକ ଅନ୍ତର୍ଗତ କୁଣ୍ଡାପିଠା ଗ୍ରାମର ରବିନ୍ଦ୍ର ପଇଦା ଓ ଜୟନ୍ତି ପଇଦାଙ୍କ ପୁଅ ବାଦଲ । କଲିକତାର ନାରାୟଣ ସୁପର ସ୍ପେସିଆଲ ହସ୍ପିଟାଲରେ ହୃତପିଣ୍ଡ ପ୍ରତିରୋପଣ କରି ଗାଁକୁ ଫେରିଛି ବାଦଲ । ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ସେ ଗାଁକୁ ଫେରିଛି । ତାଙ୍କୁ ବିଶ୍ରାମ ନେବା ପାଇଁ ଡ଼ାକ୍ତର ପରାମର୍ଶ ଦେଇଛନ୍ତି । ମାର୍ଚ୍ଚ ୧ ତାରିଖରେ ବାଦଲ ନିଜ ପିତାମାତା ଓ ଜଣେ ଡ଼ାକ୍ତରଙ୍କ ସହିତ ଆମ୍ବୁଲାନ୍ସ ଯୋଗେ ରଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଆର୍ଥିକ ସହାୟତାରେ କଲିକତା ଯାଇ ହୃତପିଣ୍ଡ ପ୍ରତିରୋପଣ କରିଛନ୍ତି । ତେବେ ମାସିକ ୨୫ ହଜାର ଖର୍ଚ୍ଚ ହେବା ସହ ପ୍ରତ୍ୟେକ ମାସରେ ତାଙ୍କୁ ପୁଣିଥରେ କଲିକତା ଯିବାକୁ ପଡ଼ିବ ବୋଲି ବାପା ରବିନ୍ଦ୍ର ପାଇଦା କହିଛନ୍ତି । ଅଞ୍ଚଳରେ ବାଦଲର ହୃତପିଣ୍ଡ ପ୍ରତିରୋପଣ ପ୍ରଥମଥର ହୋଇ ଥିବାରୁ ଗ୍ରାମବାସୀ ମଧ୍ୟ ନିଜର ଖୁସିୁବ୍ୟକ୍ତ କରିଛନ୍ତି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0