ତିନିଦିନିଆ ଜମ୍ମୁ ଓ କଶ୍ମୀର ଗସ୍ତରେ ଯାଇ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶ୍ରୀନଗରେ ପହଞ୍ଚିଛନ୍ତି। ଗସ୍ତ ଆରମ୍ଭରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜୁନ୍ ମାସରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଜମ୍ମୁ ଓ କଶ୍ମୀର ପୁଲିସ ଇନ୍ସ୍ପେକ୍ଟର୍ ପର୍େଓ୍ଵଜ୍ ଦର୍ଙ୍କ ପରିବାରବର୍ଗଙ୍କୁ ଭେଟିବା ସହ ତାଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ବିମାନ ବନ୍ଦରରେ ଉପରାଜ୍ୟପାଳ ମନୋଜ ସିହ୍ନା ତାଙ୍କୁ ସ୍ୱାଗତ ଜଣାଇ ପାଛୋଟି ନେଇଥିଲେ। ୨୦୧୯ ଅଗଷ୍ଟ ୫ ତାରିଖ ଦିନ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହା ହେଉଛି ଗୃହମନ୍ତ୍ରୀ ଶାହଙ୍କର ସେଠାକୁ ପ୍ରଥମ ଗସ୍ତ। ଗୁପକର ରୋଡ୍ସ୍ଥିତ ରାଜଭବନରେ ଶାହ ୩ ଦିନ ଅବସ୍ଥାନ କରିବେ। ସେଥିପାଇଁ ରାଜଭବନର ୨୦ କିଲୋମିଟର ବ୍ୟାସାର୍ଦ୍ଧ ପର୍ଯ୍ୟନ୍ତ ନିରାପତ୍ତା ବ୍ୟବସ୍ଥା କଠୋର କରାଯାଇଛି। ଶ୍ରୀନଗରରେ ‘ସିଆର୍ପିଏଫ୍’ର ଡ୍ରୋନ୍ ଏବଂ ଡାଲ୍ ହ୍ରଦ ଓ ଝେଲମ୍ ନଦୀରେ ‘ମୋଟର୍ବୋଟ୍’ ପଇନ୍ତରା ମାରୁଛନ୍ତି। କେତେକ ସ୍ଥାନରେ ‘ସ୍ନିପର୍’ ଏବଂ ‘ସାର୍ପ ସୁଟର୍’ ମଧ୍ୟ ମୁତୟନ ହୋଇଛନ୍ତି। ଗସ୍ତର ପ୍ରଥମ ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶ୍ରୀନଗର ଓ ଶାରଜା ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ବ୍ୟବସ୍ଥାର ଉନ୍ମୋଚନ କରିବେ। ଏହାଛଡ଼ା, ନିକଟ ଅତୀତରେ ଆତଙ୍କବାଦୀଙ୍କଦ୍ୱାରା ନିହତ ହୋଇଥିବା ସାଧାରଣ ନାଗରିକମାନଙ୍କ ପରିବାରବର୍ଗଙ୍କୁ ମଧ୍ୟ ସେ ଭେଟିବେ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0