ଝାରସୁଗୁଡ଼ା: ଆସନ୍ତା ଅକ୍ଟୋବର ୨୫ ତାରିଖ ପରେ ଝାରସୁଗୁଡ଼ାରେ ମିଳିବ ସିଧାସଳଖ ବିମାନ ସେବା । ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ସିଧାସଳଖ ଉଡ଼ାଣ କରିବ ବିମାନ । ପଶ୍ଚିମ ଓଡ଼ିଶା ମଧ୍ୟରେ ସିଧାସଳଖ ବିମାନ ଯୋଗାଯୋଗ ହେଲେ ଅଞ୍ଚଳବାସୀ ଅଧିକ ଲାଭବାନ ହେବେ ବୋଲି ଝାରସୁଗୁଡ଼ା ବିମାନ ବନ୍ଦର ନିଦେ୍ର୍ଦଶକ କିଶୋର ସେନାପତି ସୂଚନା ଦେଇଛନ୍ତି ।
ସ୍ପାଇସଜେଟ ଓ ଆଲାଇନ୍ସ ଏୟାର ବିମାନ ସେବା ପ୍ରଦାନକାରୀ ସଂସ୍ଥା ଦିଲ୍ଲୀ, କୋଲକତା, ଭୁବନେଶ୍ୱର, ରାୟଗଡ଼ା, ହାଇଦ୍ରାବାଦ ଯାତ୍ରୀଙ୍କୁ ବିମାନ ସେବା ଯୋଗାଇ ଆସୁଛନ୍ତି । କେବଳ ସ୍ପାଇସଜେଟ ବିମାନ ସେବା ପ୍ରଦାନକାରୀ ସଂସ୍ଥା ମୁମ୍ବାଇ ଓ ବାଙ୍ଗଲୋରକୁ ପ୍ରଥମ କରି ବିମାନ ସେବା ଆରମ୍ଭ କରିବ ।
ପୂର୍ବରୁ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବାଙ୍ଗାଲୁର ଯିବାକୁ ଲୋକେ ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହେଉଥିଲେ । ଝାରସୁଗୁଡ଼ାରୁ ଉଡ଼ାଣ ଯୋଜନାରେ ଦେଶର ପ୍ରମୁଖ ପାଞ୍ଚୋଟି ସହରକୁ ସିଧା ବିମାନ ସେବା ସଫଳ ହୋଇଛି । ଝାରସୁଗୁଡ଼ାରୁ ମୁମ୍ବାଇ ଓ ବାଙ୍ଗାଲୋର ମଧ୍ୟରେ ବିମାନ ସେବା ଆରମ୍ଭ ହେଲେ କେନ୍ଦ୍ର ସରକାରଙ୍କର ଉଡାଣ ଯୋଜନା ସାଧାରଣ ଲୋକଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବ । ଦୀର୍ଘଦିନରୁ ମୁମ୍ବାଇ ଓ ବାଙ୍ଗାଲୁରୁକୁ ବିମାନ ସେବା ପାଇଁ ଦାବି ହୋଇ ଆସୁଥିଲା। ପ୍ରକାଶ ପାଇଛି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0