ସୁବର୍ଣ୍ଣପୁର: କ୍ରାଇମବ୍ରାଞ୍ଚ ଏସଟିଏଫ୍ ସୁବର୍ଣ୍ଣପୁର ଜିଲ୍ଲାର ରାଜାକୋଠି ନିକଟରେ ଏକ ବଜ୍ରକାପ୍ତା ଉଦ୍ଧାର କରିଛି। ଏହା ସହିତ ୫ କିଲୋଗ୍ରାମ୍ ୬୫ ଗ୍ରାମ୍ ଓଜନର ବଜ୍ରକାପ୍ତା କାତି ମଧ୍ୟ ଜବତ କରାଯାଇଛି। ଏହି ମାମଲାରେ ଏସଟିଏଫ୍ ଦୁଇଜଣଙ୍କୁ ଗିରଫ କରିଛି। ବଜ୍ରକାପ୍ତା ଚୋରା ଚାଲାଣ କରାଯାଉଥିବାର ଖବର ପାଇ ଘଟଣାସ୍ଥଳରେ ଏସଟିଏଫ ପକ୍ଷରୁ ଚଢଉ କରାଯାଇଥିଲା। ଏସଟିଏଫ୍ ଜବତ ବଜ୍ରକାପ୍ତାକୁ ବନ୍ୟ ବିଭାଗକୁ ହସ୍ତାନ୍ତର କରିଥିବାର ସୂଚନା ମିଳିଛି।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0