ବାଲିଅନ୍ତା : ବାଲିଅନ୍ତା ଥାନା ପୋଲିସ ଓ ଅବକାରୀ ମୋବାଇଲ ଟିମ ଶୁକ୍ରବାର ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬ ଜଣ ଚୋରାମଦ ବ୍ୟବସାୟୀଙ୍କୁ ଗିରଫ କରିଛି l ଗିରଫ ଚୋରାମଦ ବ୍ୟବସାୟୀମାନେ ହେଲେ ସରକଣା ଗ୍ରାମର ସୁମନ୍ତ ନାୟକ ( ୩୨ ), ବଇଁଚୁଆ ପଞ୍ଚାୟତ ଅଧିନ ଚଢ଼େଇସହିର ଚନ୍ଦନ ସାହୁ ( ୩୦ ), ଭୁବନପୁର ଗ୍ରାମର ମନୋରଞ୍ଜନ ଦାଶ ( ୪୮ ), ବାଲିଅନ୍ତା ତଳଗଡ଼ର ଜୟଦେବ ଯାଦବ ( ୪୦ ), ଏରକଣ୍ଟା ଅଞ୍ଚଳର ଅକ୍ଷିଲ କୁମାର ଭୋଇ ( ୩୬ ), ଏବଂ ଭିଙ୍ଗାରପୁର ଗ୍ରାମର ଜଣେ ମହିଳା ଥିବା ସୂଚନା ମିଳିଛି l କିନ୍ତୁ ମହିଳାଙ୍କ ପରିଚୟ ମିଳିପାରିନାହିଁ l କୋର୍ଟରେ ଜାମିନ ନାମଂଜୁର ହେବାରୁ ସମସ୍ତଙ୍କୁ ଝଡପଡା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି l ସୂଚନାନୁଯାୟୀ ଶୁକ୍ରବାର ପୂର୍ବାହନରେ ଉଭୟ ଅବକାରୀ ମୋବାଇଲ ଟିମ ଓ ବାଲିଅନ୍ତା ଥାନା ପୋଲିସ ବିଭିନ୍ନ ସ୍ଥାନରେ ମିଳିତ ଭାବେ ଚଢାଉ କରି ସଂପୃକ୍ତ ଚୋରାମଦ ବ୍ୟବସାୟୀମାନଙ୍କୁ ଗିରଫ କରିଥିଲେ l ଦୁଇଟି ଯାକ ଟିମ ସୁମନ୍ତ ଘରେ ଚଢାଉ କରି ୧୦୫ ବୋତଲ ବିଦେଶୀ ମଦ ଜବତ କରିଥିବା ବେଳେ ଅନ୍ୟ ୫ ଜଣଙ୍କ ଠାରୁ ୫୦ ଲିଟର ରନ୍ଧାଦେଶୀ ମଦ ଜବତ କରାଯାଇଥିଲା l ଅବକାରୀ ବିଭାଗ ଜିଲ୍ଲା ଆଇଆଇସି ସମରଜିତ ଦାଶ ଓ ଏଏସଆଇ ସୁଜିତ କୁମାର ମୁଦୁଲିଙ୍କ ସମେତ ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ କୁମାର ରାଉତ ପ୍ରମୁଖ ସାମିଲ ଥିଲେ l



Visitors Today : 6
Total Visitors : 130175
Total Views : 9891622
Visitors Online Now : 0